ମୁଖ୍ୟ ଖବର ହାତୀ ଆକ୍ରମଣରେ ଜଣେ ମୃତ Angul OnlineFebruary 10, 2021February 10, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ସାତକୋଶିଆ ଅଭୟାରଣ୍ୟ ନିକଟସ୍ଥ କରତପଟା ଫରେଷ୍ଟ ବିଟ ସମ୍ମୁଖରେ ଆଜି ଭୋରରେ ହାତୀ ଆକ୍ରମଣ କରିବାରୁ ଜଣେ ମୋଟରସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଲେ ବନ୍ତଳା ସୁନାଭୁଇଁ ଗାଁର ରମେଶ ସାହୁ । ସେ କରତପଟାରୁ ମୋଟରସାଇକେଲରେ ଫେରୁଥିବା ସମୟରେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ । ଫଳରେ ରାସ୍ତା କଡରେ ତାଙ୍କ ମୋଟରସାଇକେଲ ଛିଟିକି ପଡିବା ସହ ହାତୀ କବଳରୁ ସେ ବର୍ତ୍ତୀ ଯାଇ ପାରି ନଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଗ୍ରାମବାସୀ ଓ ପରିବାର ଘଟଣା ସ୍ଥଳରେ ପହଞ୍ଚିବା ସହ ବନ ବିଭାଗକୁ ସୂଚନା ଦେଇଥିଲେ । ତେବେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହିବା ପରେ ଅସ୍ୱାବଭିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଓ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ । ପ୍ରାୟ ତିନି ଘଣ୍ଟା କରତପଟା ରାସ୍ତା ଅବରୋଧ କରିବା ପରେ ବନ ବିଭାଗ ତଦନ୍ତ କରି ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା କହିବା ସହ ନଗଦ ୪୦ ହଜାର ଓ ପରେ ସରକାରଙ୍କ ନିର୍ଦେଶ ରହିଥିବା କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ରାସ୍ତାରୋକ ହଟିଥିଲା । Advertisement
ତଣ୍ଟି ଚିପି ପିଇସିକୁ ହତ୍ୟା କଲା ପୁତୁରା , ହତ୍ୟା ପରେ କଲା ଆତ୍ମସମର୍ପଣ ପାଲଲହଡା – ଶୁକ୍ରବାର ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡର ଉପାନ୍ତ ଅଞ୍ଚଳ ନଗିରା ପଞ୍ଚାୟତ ତନଗୁଳା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ…
ଟ୍ରାକ୍ଟର ଓଲଟି ଜଣେ ମୃତ, ଦୁଇ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ ସାନହିସର ଗ୍ରାମ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ରଡ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କର…
ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ , ଖୁଣ୍ଟରେ ବାନ୍ଧିଦେଲେ ମହିଳା ଛେଣ୍ଡିପଦା – ବିବାହିତା ମହିଳାଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ବିବାହିତ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ସମ୍ପୃକ୍ତ ଯୁବକଙ୍କୁ ଖୁଣ୍ଟରେ ବନ୍ଧା…