ମୁଖ୍ୟ ଖବର ଛିଡା ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ – ଜଣେ ମୃତ Angul OnlineNovember 28, 2021November 28, 2021 ପାଲଲହଡା – କୁହୁଡି ହେଲା କାଳ । ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଗୋଟିଏ ଆମ୍ବୁଲାନ୍ସ ଧକ୍କା ଦେବାରୁ ଆମ୍ବୁଲାନ୍ସରେ ବସି ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣକ ମହାରାଷ୍ଟ୍ର ର ଵିଶାଲ ଅହିରେ ବୋଲି ପୁଲିସ ସୂଚନା ଦେଇଛି । ମହାରାଷ୍ଟ୍ରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଏହି ଆମ୍ବୁଲାନ୍ସଟି କଲିକତା ଯାଇ ମହାରାଷ୍ଟ୍ର ଫେରୁଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ପାଲଲହଡା ମୁକ୍ତାପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୌଣସି କାମରେ ମହାରାଷ୍ଟ୍ର ଅଞ୍ଚଳରୁ କଲିକତା ଯାଇଥିବା ତିନି ଜଣ ସେହି ଆମ୍ବୁଲାନ୍ସରେ ଡ୍ରାଇଭର ସହ ବସି ଫେରୁଥିଲେ । ରାତିରେ କୁହୁଡି ଯୋଗୁଁ ମୁକ୍ତାପୁର ନିକଟରେ ଛିଡା ହୋଇଥିବା ଟ୍ରକକୁ ଆମ୍ବୁଲାନ୍ସ ଡ୍ରାଇଭର ସ୍ପଷ୍ଟ ଭାବରେ ଦେଖି ନ ପାରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି । ଆହତଙ୍କୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କ ହୋଇଥିଲା । Advertisement
ଲାଞ୍ଚ ନେଇଥିବା ମହିଳା ଆର.ଆଇ.ଙ୍କୁ ୪ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଭିଜଲାନ୍ସ କୋର୍ଟରେ ମଙ୍ଗଳବାର ଏକ ଗୁରୁତ୍ବପୁର୍ଣ୍ଣ ରାୟ ପ୍ରକାଶ ପାଇଛି । ଭିଜିଲାନ୍ସ କୋର୍ଟର ଜଜ୍ ଦିଗାମ୍ବର ପୃଷ୍ଟି ଏକ ଲାଞ୍ଚ ନେବା…
କୋଇଲା ବୋଝେଇ ଟ୍ରକରେ ନିଆଁ (ଭିଡିଓ) ଅନୁଗୁଳ – କୋଇଲା ବୋଝେଇ ଟ୍ରକ ରେ ନିଆଁ । ଅଳ୍ପକେ ଏକ ବଡ ଧରଣର ଅଘଟଣରୁ ମିଳିଲା ରକ୍ଷା । ସୂଚନା ଅନୁସାରେ OR 19…
ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ ଲାଗୁ ହେଲା କଟକଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ କଟକଣା ଲଗା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…