ମୁଖ୍ୟ ଖବର ଛିଡା ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ – ଜଣେ ମୃତ Angul OnlineNovember 28, 2021November 28, 2021 ପାଲଲହଡା – କୁହୁଡି ହେଲା କାଳ । ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଗୋଟିଏ ଆମ୍ବୁଲାନ୍ସ ଧକ୍କା ଦେବାରୁ ଆମ୍ବୁଲାନ୍ସରେ ବସି ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣକ ମହାରାଷ୍ଟ୍ର ର ଵିଶାଲ ଅହିରେ ବୋଲି ପୁଲିସ ସୂଚନା ଦେଇଛି । ମହାରାଷ୍ଟ୍ରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଏହି ଆମ୍ବୁଲାନ୍ସଟି କଲିକତା ଯାଇ ମହାରାଷ୍ଟ୍ର ଫେରୁଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ପାଲଲହଡା ମୁକ୍ତାପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୌଣସି କାମରେ ମହାରାଷ୍ଟ୍ର ଅଞ୍ଚଳରୁ କଲିକତା ଯାଇଥିବା ତିନି ଜଣ ସେହି ଆମ୍ବୁଲାନ୍ସରେ ଡ୍ରାଇଭର ସହ ବସି ଫେରୁଥିଲେ । ରାତିରେ କୁହୁଡି ଯୋଗୁଁ ମୁକ୍ତାପୁର ନିକଟରେ ଛିଡା ହୋଇଥିବା ଟ୍ରକକୁ ଆମ୍ବୁଲାନ୍ସ ଡ୍ରାଇଭର ସ୍ପଷ୍ଟ ଭାବରେ ଦେଖି ନ ପାରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି । ଆହତଙ୍କୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କ ହୋଇଥିଲା । Advertisement
ଅନୁଗୁଳରେ ନଥିବା ଅଧିକାରୀ ବି ଭସାଣି କମିଟିରେ ଅନୁଗୁଳ – ଅନୁଗୁଳ ସହରର ଗଣେଶ ପୂଜା ଭସାଣିକୁ ନେଉ ଦ୍ଵନ୍ଦ ବହୁ କଷ୍ଟରେ ତୁଟି ଥିବା ବେଳେ ଉପ-ଜିଲ୍ଲାପାଳଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା ।…
ରାସ୍ତା ଉପରେ ଜଳିଗଲା ସ୍କୁଟର(ଭିଡିଓ) ଅନୁଗୁଳ – ଅନୁଗୁଳ ସହର କାଲଟାକ୍ସ ଛକ ନିକଟରେ ଆଜି ଏକ ଚଳନ୍ତା ସ୍କୁଟରରେ ନିଆଁ ଲାଗିଯିବାରୁ ସ୍କୁଟରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି ।…
ସୁରକ୍ଷା ଦାବିରେ କଲେଜ ଛାତ୍ରଙ୍କ ଆନ୍ଦୋଳନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ୱୟଂ ଶାସିତ କଲେଜର ଛାତ୍ର ମାନେ ଆଜି ରାଜରାସ୍ତାରେ ବସିବା ସହ ସୁରକ୍ଷା ଦାବି କରିଛନ୍ତି। କଲେଜର ସୁରକ୍ଷା ବ୍ୟବସ୍ଥାରେ…