ଆଞ୍ଚଳିକ ଦୁର୍ଘଟଣାରେ ଜଣେ ମୃତ Angul OnlineDecember 28, 2021December 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବନ୍ଦା ଗ୍ରାମର ପ୍ରଶାନ୍ତ କୁମାର ସାମଲ ଗୋଦାନା ଦୋକାନରୁ ସ୍କୁଟି (ଓଡି ୧୯ ୫୯୫୫)ରେ ଦାନା ନେଇ ଯାଉଥିବା ସମୟରେ ପଛ ପାଖରୁ ଆସୁଥିବା ଟ୍ରକ୍ (ଓଡି ୩୫ ସି ୯୦୦୩) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରଶାନ୍ତଙ୍କ ଡାହାଣ ଗୋଡ ଓ ହାତ ଉପରେ ଟ୍ରକ ଚଢି ଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅଟୋ ସହାୟତାରେ ପ୍ରଶାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା । Advertisement
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପାଳିତ ଅନୁଗୋଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପ୍ରକଳ୍ପ…
ବିଶ୍ବ ଫାର୍ମାସିଷ୍ଟ ଦିବସରେ ଫାର୍ମାସିଷ୍ଟଙ୍କ ପାଞ୍ଚ ଦଫା ଦାବି ଅନୁଗୁଳ – ଓଡ଼ିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ ଅନୁଗୋଳ ଶାଖା ତରଫରୁ ଭୋଜନ ବାହାର ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ଫାର୍ମାସିଷ୍ଟ ଦିବସ -୨୦୨୫ ପାଳିତ ହୋଇଯାଇଛି…
ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଶ୍ରମିକ କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶ୍ରମିକ କଂଗ୍ରେସ (INTUC)ତରଫରୁ ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଦାବି…