ମୁଖ୍ୟ ଖବର ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର Angul OnlineAugust 13, 2021August 13, 2021 ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କମରେଇ ନିକଟରେ ଟ୍ରକ ଧକାରେ ଜଣେ ମୋଟରସାଇକେଲ ଆରୋହିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣା ପଡିଛି । ମୃତକ ଜଣକ ଉରୁକୁଲା ଗାଁର ମୁନା ସାହୁ ବୋଲି ଜଣା ପଡିଛି । ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରା ଯାଇଛି । ସୂଚନା ଅନୁସାରେ ଦୁଇଜଣ ଏକ ମୋଟରସାଇକେଲରେ ଆସୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆହତ ଜଣକୁ ଡାକ୍ତରଖାନା ପଠାଇବା ସହ ପୁଲିସକୁ ସୂଚନା ଦେଇଥିଲେ । ହଣ୍ଡପା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ପାଣିରେ ଦୁଇ କିଲୋମିଟର ଭାସିଗଲେ ଯୁବକ – ଉଦ୍ଧାର କଲେ ଗ୍ରାମବାସୀ ଅନୁଗୁଳ – ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ଯୁବକ।ଉଦ୍ଧାର କଲେ ଗ୍ରାମବାସୀ । ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ , ଡେରଜାଙ୍ଗ…
ଜିଲ୍ଲାପାଳଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର ଅନୁଗୁଳ – ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଅଧିକାରୀମାନେ ସାଇବର ଅପରାଧୀଙ୍କ ଶିକାର ହେବାରେ ଲାଗିଛନ୍ତି । ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଛନ୍ତି ଅନୁଗୁଳ…
ଏକ କୋଟି ୮୫ ଲକ୍ଷ ଟଙ୍କାର ହିସାବ ନାହିଁ – ଥାନାରେ ଅଭିଯୋଗ ଅନୁଗୋଳ – ଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ । ଜଣେ ଅଟକ । ଅନୁଗୋଳ ଜିଲା ଛେଣ୍ଡିପଦା ରେ…