ଖେଳ ଓ ଖେଳାଳି ଜିଲ୍ଲାରେ ହେବ ଦୁଇ ଇନଡୋର ଷ୍ଟାଡିୟମ – ଧନ୍ୟବାଦ ଦେଲେ ବ୍ରଜ Angul OnlineAugust 11, 2021August 11, 2021 ଅନୁଗୁଳ -(AO)- ଅନୁଗୁଳ ଜିଲ୍ଳାରେ ଦୁଇଟି ନୂଆଁ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଅନୁଗୁଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକରେ ଏହି ଇନଡୋର ଷ୍ଟାଡିୟମ ହେବ । କ୍ରୀଡାର ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭନ୍ନ ସ୍ଥାନରେ ଷ୍ଟାଡିୟମ ନିର୍ମାଣ ମଧ୍ୟରୁ ତାଳଚେରକୁ ସ୍ଥାନ ଦେଇଥିବାରୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ସ୍ଥାନୀୟ ଅଞ୍ଚଳର ସୁନାମଧନ୍ୟ ଖେଳାଳିଙ୍କ ଉପସ୍ଥିତିରେ ଏକ ଧନ୍ୟବାଦ ସଭା ଆୟୋଜନ କରି ତାଳଚେର ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏହି ଇନଡୋର ଷ୍ଟାଡିୟମ ନିର୍ମାଣ ହେବା ପରେ ତାଳଚେର କ୍ରୀଡାର ଏକ ହବ୍ ଭାବରେ ପରିଚୟ ଲାଭ କରିବ ବୋଲି ସେ ଆଶା ରଖିଛନ୍ତି । Advertisement
ମନସୁନ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ଅନୁଗୁଳ – ସ୍ଥାନୀୟ ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଆଜି ଉଦ୍ଘାଟିତ ହୋଇଛି ମନ୍ସୁନ କ୍ରିକେଟ୍ ପ୍ରତିଯୋଗିତା । ଏମ୍ବିସିସି ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ…
୭ ତାରିଖରୁ ଆରମ୍ଭ ହେଉଛି ଓ ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଚଳିତ ମାସ ୭ ତାରିଖରୁ ଆରମ୍ଭ ହେଉଛି ଓ ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଅନୁଗୁଳ ଓ ବିଭିନ୍ନ ଜିଲ୍ଲାର ଫୁଟବଲ ପ୍ରତିଭାମାନଂଙ୍କୁ…
ଉପଖଣ୍ଡ କ୍ରୀଡ଼ା ସଂସଦ ପୁନର୍ଗଠନ ନେଇ ବୈଠକ – ନୂତନ କୋଠା ନିର୍ମାଣ ସହ କ୍ରୀଡ଼ା ସଂସଦକୁ ସକ୍ରିୟ କରିବା ଉପରେ ଗୁରୁତ୍ୱ ଅନୁଗୋଳ – ଅନୁଗୋଳ ଉପଖଣ୍ଡ କ୍ରୀଡ଼ା ସଂସଦର ପୁନର୍ଗଠନ ନେଇ ଗୁରୁବାର ପୂର୍ବାହ୍ନରେ ଅନୁଗୋଳ ସର୍କିଟ୍ ହାଉସ୍ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ…