ମୁଖ୍ୟ ଖବର ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର Angul OnlineAugust 13, 2021August 13, 2021 ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କମରେଇ ନିକଟରେ ଟ୍ରକ ଧକାରେ ଜଣେ ମୋଟରସାଇକେଲ ଆରୋହିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣା ପଡିଛି । ମୃତକ ଜଣକ ଉରୁକୁଲା ଗାଁର ମୁନା ସାହୁ ବୋଲି ଜଣା ପଡିଛି । ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରା ଯାଇଛି । ସୂଚନା ଅନୁସାରେ ଦୁଇଜଣ ଏକ ମୋଟରସାଇକେଲରେ ଆସୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆହତ ଜଣକୁ ଡାକ୍ତରଖାନା ପଠାଇବା ସହ ପୁଲିସକୁ ସୂଚନା ଦେଇଥିଲେ । ହଣ୍ଡପା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ବସଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ବ୍ଲକ ତାଳଚେର ସନ୍ଥପଡା ବସଷ୍ଟାଣ୍ଡ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି…
ହତ୍ଯାକାରୀକୁ ଗିରଫ ଦାବୀରେ ଜାତିୟ ରାଜପଥ ଅବରୋଧ ଅନୁଗୋଳ – ଅନୁଗୋଳ ସହର ହୁଲୁରିସିଂହା ଠାରେ ଗତକାଲି ସନ୍ଧ୍ୟାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବା ଘଟଣାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ସହର…
ପେଟ୍ରୋଲରେ ଅପମିଶ୍ରଣ ଅଭିଯୋଗ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ସଦରମହକୁମାର ଏକ ପେଟ୍ରୋଲ ପମ୍ପର ପେଟ୍ରୋଲରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହେବା ସହ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା…