ମୁଖ୍ୟ ଖବର ଟ୍ରକ ଧକ୍କାରେ ଜଣେ ମୃତ Angul OnlineAugust 27, 2021August 27, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଅଜୟ ପାତ୍ର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅଜୟ ପାତ୍ର ତାଙ୍କ ମୋଟରସାଇକେଲ (ଓଡ଼ି ୦୯ ଜେ ୮୬୫୫)ରେ ଆଜି ଦିନ ୨ଟା ବେଳେ ବହ୍ଲର ଛକ ପାଖରୁ ତାଳଚେର ଆଡ଼କୁ ଆସୁଥିଲେ । ତେବେ ସେ ଭାରସାମ୍ୟ ହରାଇ ପବିତ୍ର ମୋହନ ଛକ ନିକଟରେ ହଠାତ ପଡ଼ି ଯାଇଥିଲେ । ସେହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ଅଜୟଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାଜପଥକୁ ଅବରୋଧ କରିଥିଲେ । ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା । ବୁଝାସୁଝା କରିବା ପରେ ରାସ୍ତାରୋକ ହାତିଥିଲା । ଧକ୍କା ଦେଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇ ଥିବା ଜଣା ପଡିଛି । Advertisement
କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲେ ସଂଘ ସଭାନେତ୍ରୀ ଅନୁଗୁଳ – କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ । ଲୋକଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ଦେଇ ହେଉ ଅବା ଝିଅର ଉଚ୍ଚ…
ତାଳଚେର ସାରକାରଖାନା କାର୍ଯ୍ୟକ୍ଷମ ନେଇ ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲା କଂଗ୍ରେସ ଭୂବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେର ସାର କାରଖାନା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ…
ଓଡିଶାରେ ତିନୋଟି କୋଇଲା ଖଣି ପାଇଁ କେନ୍ଦ୍ର ମନ୍ତ୍ରଣାଳୟର ଚୁକ୍ତିନାମା ସ୍ୱାକ୍ଷର ଭୁବନେଶ୍ବର – କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସୋମବାର ଓଡିଶାରେ ଅବସ୍ଥିତ ତିନୋଟି କୋଇଲା ଖଣି ପାଇଁ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ ଚୁକ୍ତିନାମାକୁ ସଫଳତାର ସହ…