ମୁଖ୍ୟ ଖବର ଟ୍ରକ ଧକ୍କାରେ ଜଣେ ମୃତ Angul OnlineAugust 27, 2021August 27, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଅଜୟ ପାତ୍ର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅଜୟ ପାତ୍ର ତାଙ୍କ ମୋଟରସାଇକେଲ (ଓଡ଼ି ୦୯ ଜେ ୮୬୫୫)ରେ ଆଜି ଦିନ ୨ଟା ବେଳେ ବହ୍ଲର ଛକ ପାଖରୁ ତାଳଚେର ଆଡ଼କୁ ଆସୁଥିଲେ । ତେବେ ସେ ଭାରସାମ୍ୟ ହରାଇ ପବିତ୍ର ମୋହନ ଛକ ନିକଟରେ ହଠାତ ପଡ଼ି ଯାଇଥିଲେ । ସେହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ଅଜୟଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାଜପଥକୁ ଅବରୋଧ କରିଥିଲେ । ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା । ବୁଝାସୁଝା କରିବା ପରେ ରାସ୍ତାରୋକ ହାତିଥିଲା । ଧକ୍କା ଦେଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇ ଥିବା ଜଣା ପଡିଛି । Advertisement
ଅଗ୍ନିକାଣ୍ଡରେ ୧୦ ଛେଳି ଜୀବନ୍ତ ଦଗ୍ଧ ଅନୁଗୋଳ – ଅନୁଗିଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କୁସୁମପାଟରେ ଘର ପୋଡ଼ି ଘଟଣାରେ ଜଣେ ମହିଳା ଗୁରୁତର ହେବା ସହ ୧୦ ଛେଳି ଜୀବନ୍ତ ଦଗ୍ଧ…
ମହିଳାଙ୍କୁ ଅସଦାଚରଣ ମାମଲାରେ ପୂର୍ବତନ ଅଧ୍ୟକ୍ଷ ଗିରଫ ଛେଣ୍ଡିପଦା – ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉଦୟ ନାଥ ବେହେରା ମହିଳାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ଜଣା ପଡିଛି । ଶୁକ୍ରବାର ଦିନ…
ଆଇ.ଟି.ଆଇ. କ୍ବାଟରରେ ନିଆଁ – ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଠାରେ ଥିବା ସରକାରୀ ଆଇଟିଆଇ କ୍ବାଟରର ଦୁଇ ମହଲା ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ…