ଆଞ୍ଚଳିକ ଟ୍ରକ ଧକ୍କାରେ ଜଣେ ମୃତ Angul OnlineJanuary 17, 2022January 17, 2022 ତାଳଚେର – ଅନୁଗୁଳ ଜିଲ୍ଲା ଏନଟିପିସି ଗୋଡ଼ିବନ୍ଧ ରାସ୍ତା ହରିହରପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ମୋଟରସାଇକେଳରେ ଦୁଇ ଜଣ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ମୃତକ ଜଣଙ୍କ ପର୍ଜଙ୍ଗ ଥାନା ଅନ୍ତର୍ଗତ କାଦୂପଡ଼ା ଗ୍ରାମର ପ୍ରତାପ ବେହେରା ବୋଲି ଜଣା ପଡିଥିବା ବେଳେ ଆହତଙ୍କ ପରିଚୟ ମିଳି ପାରି ନାହିଁ । Advertisement
ମାଗଣା ହୃଦରୋଗ ପରୀକ୍ଷା ତାଳଚେର – ତାଳଚେର ରୋଟାରି କ୍ଳବ ଓ ଆପୋଲୋ ହସ୍ପିଟାଲ ଆନୁକୂଲ୍ୟରେ ଆଇ ଟି ଆଇ ଛକ ସ୍ଥିତ ତାଳଚେର ଟ୍ରକ ମାଲିକ ସଙ୍ଘ ଠାରେ ଏକ…
କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ରକୁ ସହାୟତା ପ୍ରଦାନ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ଗୋପୀନାଥପୁର ଗ୍ରାମରେ ଅବସ୍ଥିତ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରେ ପ୍ରାୟ ୩୫ଜଣ…
ପୁଲିସ ସହିଦ ସ୍ମୃତି ଦିବସ – ସ୍ପେସିଆଲ ସ୍କ୍ବାର୍ଡରେ ଅୟସକାନ୍ତ , କନେଷ୍ଟବଳ ଅଶ୍ୱିନୀ ପୁରସ୍କୃତ ଅନୁଗୁଳ – ଛେଳିଆପଡ଼ା ସ୍ଥିତ ରିଜର୍ଭ ଅଫିସର ପରେଡ୍ ଗ୍ରାଉଣ୍ଡରେ ଏସ୍ପି ରାହୁଲ ଜୈନ୍ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ୬୬ ତମ ପୁଲିସ ସହିଦ ସ୍ମୃତି ପାଳନ ଦିବସରେ…