ଆଞ୍ଚଳିକ ଟ୍ରକ ଧକ୍କାରେ ଜଣେ ମୃତ Angul OnlineJanuary 17, 2022January 17, 2022 ତାଳଚେର – ଅନୁଗୁଳ ଜିଲ୍ଲା ଏନଟିପିସି ଗୋଡ଼ିବନ୍ଧ ରାସ୍ତା ହରିହରପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ମୋଟରସାଇକେଳରେ ଦୁଇ ଜଣ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ମୃତକ ଜଣଙ୍କ ପର୍ଜଙ୍ଗ ଥାନା ଅନ୍ତର୍ଗତ କାଦୂପଡ଼ା ଗ୍ରାମର ପ୍ରତାପ ବେହେରା ବୋଲି ଜଣା ପଡିଥିବା ବେଳେ ଆହତଙ୍କ ପରିଚୟ ମିଳି ପାରି ନାହିଁ । Advertisement
ସରକାରୀ ଜମିକୁ ନିଜ ଜମି କହି ବିକ୍ରି – ଠକେଇ ଅଭିଯୋଗରେ ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ସରକାରୀ ଜମିକୁ ନିଜର କହି ବିକ୍ରି କରାଯାଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
ସ୍କୁଲ ଜମି ଜବରଦଖଲ ପ୍ରତିବାଦ – ୬ ଘଣ୍ଟା ଧରି ରାସ୍ତା ଅବରୋଧ ଛେଣ୍ଡିପଦା – ସ୍କୁଲ ଜମି ଜବରଦଖଲ ପ୍ରତିବାଦରେ ଅନୁଗୁଳ-ଛେଣ୍ଡିପଦା ୬୩ ନଂମ୍ବର ରାଜ୍ୟ ରାଜପଥକୁ ଆଜି କୋଶଳା ଶିମିଳିସାହିର ଲୋକ ଅବରୋଧ କରିଥିଲେ । ଫଳରେ ଏହି…
ବିଦ୍ୟୁତ ଆଘାତରେ ଜଣେ ମୃତ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ଅଭିରାମ ଗଡନାୟକ । ସୂଚନା…