ଖେଳ ଓ ଖେଳାଳି ଓପି ଜିନ୍ଦଲ କପ – ଝାରସୁଗୁଡା ଚମ୍ପିୟାନ , ବାଗଡିଆ ରନର୍ସ ଅପ Angul OnlineAugust 18, 2022August 18, 2022 ଅନୁଗୁଳ – ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲର ଫାଇନାଲରେ ଝାରସୁଗୁଡା ଦଳ ବାଗେଡ଼ିଆକୁ ୨ – ୧ ଗୋଲରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଫାଇନାଲ ମ୍ୟାଚ ଚିତାକର୍ଷକ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ଝାରସୁଗୁଡା ଦଳ ୧ ଟି ଗୋଲ ଦେଇଥିବା ବେଳେ ଦିତୀୟାର୍ଦ୍ଧର ପ୍ରାରମ୍ଭରେ ବାଗଡିଆ ଦଳ ଆଉ ଗୋଟିଏ ଗୋଲ ଦେଇ ସ୍ଥିତି ବରାବର କରି ନେଇଥିଲା । ତେବେ ଖେଳ ଶେଷ ହେବାକୁ ଆଉ କିଛି ମିନିଟ ଥିବା ବେଳେ ଝାରସୁଗୁଡା ଡାଳ ଆଉ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଥିଲା । ଅନୁଗୁଳ ଜିଲ୍ଲା ପରିଷଦ ଚିଫ ଡେଭେଲପମେଣ୍ଟ ଅଫିସର ଲଳିତ ମୋହନ ବେହେରା ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇ ଚମ୍ପିୟାନ ଦଳକୁ ନଗଦ ୩୦ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ ଦଳକୁ ନଗଦ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଜିନ୍ଦଲ କମ୍ପାନୀ ପକ୍ଷରୁ ମାନବ ସମ୍ବଳ ଏକଜିକ୍ୟୁଟିଭି ଭାଇସ ପ୍ରେସିଡେଣ୍ଟ ଜୋସେଫ ପେରିସ , ସିଏସଆର ମହା ପ୍ରବନ୍ଧକ ପୁଷ୍ପାଲତା ଶତପଥୀ , ଆଇପିଇ ପ୍ରଶାନ୍ତ କୁମାର ସିହ୍ନା , ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ , ଜିନ୍ଦଲ କ୍ରୀଡା ଅଧିକାରୀ ତାପସ ମହାନ୍ତି , ପାଲଲହଡା ଫୁଟବଲ ସଂଘ ସଭାପତି ନେତ୍ରାନନ୍ଦ ମହାକୁଡ଼ , ଫାଓ ଚୟନକର୍ତା ଆରଆଇ ଟିଗା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଝାରସୁଗୁଡା ଦଳର ବିଜୁ ଓରାମ ଓ ପ୍ରଶାନ୍ତ ଓରାମଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିବା ବେଳେ ପତାକାର ରାମଚନ୍ଦ୍ର ମୁର୍ମୁଙ୍କୁ ଶ୍ରେଷ୍ଠ ଗୋଲ କିପର ପୁରସ୍କାର ମିଳିଥିଲା । Advertisement
ସି ଏମ ଟ୍ରଫିର କ୍ବାଟର ଫାଇନାଲରେ ଅନୁଗୁଳ ଅନୁଗୁଳ – ଓଡ଼ିଶାର ୪ ଟି ବିଭିନ୍ନ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ର କ୍ବାଟର ଫାଇନାଲରେ ଅନୁଗୁଳ ଏଫ ସି ପ୍ରବେଶ କରିଛି । କେନ୍ଦୁଝର…
ହେମସୁରପଡା କ୍ଲବ ଫୁଟବଲ – ଟାଇବ୍ରେକରରେ ମା ବୁଢ଼ୀ କ୍ଲବ ବିଜୟୀ ଅନୁଗୁଳ – ଅନୁଗୁଳ ଟାଉନ ହାଇସ୍କୁଲ ପଡ଼ିଆରେ ୧୧ତମ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଆଜି ଉଦଘାଟିତ ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ…
ହେମସୁରପଡା କପ ଫୁଟବଲ – କୁଚିଣ୍ଡା ବିଜୟୀ ଅନୁଗୁଳ – ଅନୁଗୁଳ ହେମସୁରପଡା ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଫାଇନାଲ ମ୍ୟାଚ୍ ବି.ଏଫ୍.ସି. କୁଚିଣ୍ଡା ସହିତ ଝାଡେଶ୍ବର ଫୁଟବଲ୍ କ୍ଲବ ,…