ଖେଳ ଓ ଖେଳାଳି ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ Angul OnlineAugust 7, 2024August 7, 2024 ଅନୁଗୁଳ – ଓ.ପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ ଜୀଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜେଏସପି ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆଜି ଠାରୁ ଅନୁଗୁଳରେ ଆରମ୍ଭ ହେଇଛି ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ । ୧୨ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଂଟଟି ଅନୁଗୁଳର ପିଟିସି ଗ୍ରାଉଣ୍ଡରେ ଅପରାହ୍ଣ ୩ଟାରେ ଆରମ୍ଭ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ସମ୍ମାନଜନକ ଓ.ପି ଜିନ୍ଦଲ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଟୁର୍ଣ୍ଣାମେଂଟର ଉଦଘାଟନୀ କାଯ୍ୟକ୍ରମରେ ଏଡିଏମ୍ (ଜେନେରାଲ) ପ୍ରତାପ ପ୍ରୀତିମୟ, ଏଡିମ୍ (ରାଜସ୍ୱ) ଶରତ ଚନ୍ଦ୍ର ମହପାତ୍ରଙ୍କ ସମେତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅନୁଗୁଳ ପ୍ଲାଂଟ୍ ମୁଖ୍ୟ ଶ୍ରୀ ପଙ୍କଜ ମଲହାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୧୮ ଅଗଷ୍ଟରେ ଅନୁଷ୍ଟିତ ହେବ Advertisement
ଚଷା ପୁଅରୁ ଆନ୍ତର୍ଜାତୀୟ ଆଥଲେଟ୍ ଅନୁଗୁଳ – ମୁଣ୍ଡରେ ଠେକା ହାତରେ ଦ୍ବିପହରର ଖାଇବା ମୁଣି । କଳା ଛତାଟେ ଧରିଲେ ଚଳୁଥିଲା , ନହେଲେ ନାହିଁ । କରଡାଗାଡିଆଠାରୁ ବିଲର ଦୂରତା…
ସର୍ବ ଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ଜୱଲପୁରକୁ ହରାଇ ଦିଲ୍ଲୀ ସିଆଇଏସଏଫ ବିଜୟୀ ଛେଣ୍ତିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଗଡ଼ିଆ ହାଇସ୍କୁଲ ପଡିଆରେ ଆନନ୍ଦ ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ୩ ଦିନ ଧରି ଚାଲିଥିବା ଦିବାରାତ୍ର ସର୍ବଭାରତୀୟ ଭଲିବଲ…
ଜାତୀୟ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳର ପୁଅ – ଓଡ଼ିଶାକୁ ଦେଲେ ପଦକ ଅନୁଗୁଳ – ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୨୩ ବର୍ଷରୁ କମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ଗୋଟିଏ ପଦକ ମିଳିଛି । ଉଚ୍ଚ ଡିଆଁରେ ଅନୁଗୁଳର…