ଖେଳ ଓ ଖେଳାଳି ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ Angul OnlineAugust 7, 2024August 7, 2024 ଅନୁଗୁଳ – ଓ.ପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ ଜୀଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜେଏସପି ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆଜି ଠାରୁ ଅନୁଗୁଳରେ ଆରମ୍ଭ ହେଇଛି ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ । ୧୨ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଂଟଟି ଅନୁଗୁଳର ପିଟିସି ଗ୍ରାଉଣ୍ଡରେ ଅପରାହ୍ଣ ୩ଟାରେ ଆରମ୍ଭ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ସମ୍ମାନଜନକ ଓ.ପି ଜିନ୍ଦଲ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଟୁର୍ଣ୍ଣାମେଂଟର ଉଦଘାଟନୀ କାଯ୍ୟକ୍ରମରେ ଏଡିଏମ୍ (ଜେନେରାଲ) ପ୍ରତାପ ପ୍ରୀତିମୟ, ଏଡିମ୍ (ରାଜସ୍ୱ) ଶରତ ଚନ୍ଦ୍ର ମହପାତ୍ରଙ୍କ ସମେତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅନୁଗୁଳ ପ୍ଲାଂଟ୍ ମୁଖ୍ୟ ଶ୍ରୀ ପଙ୍କଜ ମଲହାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୧୮ ଅଗଷ୍ଟରେ ଅନୁଷ୍ଟିତ ହେବ Advertisement
୧୧ ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତୁରଙ୍ଗର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ୧୧ ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟର ଉଦଘାଟନ ହୋଇଥିଲା । ଉଦଘାଟନି…
ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗ , ଚମ୍ପିୟାନ ହେଲା ମା ରାମଚଣ୍ଡୀ ଟିମ ଅନୁଗୁଳ – ଅନୁଗୁଳ ପିଟିସି ପଡ଼ିଆରେ ଚାଲିଥିବା ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗର ଫାଇନାଲ୍ ମ୍ୟାଚରେ ମା ରାମଚଣ୍ଡୀ କୋଶଳା ଟିମ ବିଜୟୀ ହୋଇ ଚମ୍ପିୟାନ…
ବିନା ପ୍ରତିଦ୍ବନ୍ଦିତାରେ ସରିଲା ଅନୁଗୁଳ କ୍ରିକେଟ ସଙ୍ଘ ନିର୍ବାଚନ ଅନୁଗୁଳ – ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର କଦମ ପଡିଆ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ଠାରେ ଚଳିତ ମାସ ୧୩ ତାରିଖ ଦିନ ପରିଚାଳନା କମିଟି( ୭…