ଫିଲ୍ମ ଷ୍ଟାଇଲରେ ମୋଟରସାଇକେଲ ଚୋରକୁ କାବୁ କଲା ପୁଲିସ

ଛେଣ୍ଡିପଦା – ମୋଟରସାଇକେଲ ଚୋରି କରି ପଳାଉଥିଲା ଚୋର । ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଚୋରକୁ ଧରିଲା ପୁଲିସ । ଏହା ସହ ପୋଖରୀ ଭିତରେ ଲୁଚାଇଥିବା ମୋଟରସାଇକେଲକୁ ମଧ୍ୟ ଜବତ କଲା ।

ସୂଚନା ଅନୁସାରେ , ଅନୁଗୁଳ ଟାଉନ ଥାନା ହେମସୁରପଡା ଅଞ୍ଚଳରୁ ଏକ ହୋଣ୍ଡା ସାଇନ ମୋଟରସାଇକେଲ ଚୋରି କରି ଜଣେ ମୋଟରସାଇକେଲ ଚୋର ଛେଣ୍ଡିପଦା ଆଡ଼କୁ ପଳାଇ ଯାଇଥିଲା । ଏନେଇ ଅନୁଗୁଳ ଟାଉନ ଥାନା ପୁଲିସ ଖବର ପାଇ ଛେଣ୍ଡିପଦା ଥାନାକୁ ଖବର ଦେଇଥିଲେ । ଛେଣ୍ଡିପଦା ପୁଲିସ ମୋଟରସାଇକେଲ ଚୋରକୁ ଛେଣ୍ଡିପଦାରେ ଅଟକାଇବା ପାଇଁ ଉଦ୍ୟମ କରିଥିବା ବେଳେ ମୋଟରସାଇକେଲ ଚୋର ପୁଲିସକୁ ଚକମା ଦେଇ ଫେରାର ହୋଇ ଯାଇଥିଲା । ପୁଲିସ ଫିଲ୍ମ ଷ୍ଟାଇଲରେ ମୋଟରସାଇକେଲ ଚୋରକୁ ଗୋଡ଼ାଇ ଥିଲେ । ଚୋର ପୁଲିସ ପିଛା କରିଥିବା ଦେଖି ଚାରବାଟିଆ ଛକ ନିକଟରେ ଥିବା ଏକ ପୋଖରୀ ଭିତରେ ମୋଟରସାଇକେଲକୁ ଲୁଚାଇ ଦେଇ ଏକ ବିରାଟ ଉଇ ହୁଙ୍କା ଭିତରେ ଲୁଚି ଯାଇଥିଲା । ପୁଲିସ ପିଛକରି ମୋଟରସାଇକେଲ ଚୋରକୁ ଗିରଫ କରିଥିବା ବେଳେ ପୋଖରୀ ଭିତରୁ ମୋଟରସାଇକେଲକୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚରା ଚଳାଇଛି । ପୁଲିସ ପଚରାଉଚରା ପରେ ମୋଟରସାଇକେଲ ଚୋର ଜଣଙ୍କ ବାଗଡିଆ ଥାନା ପାଟକମୁଣ୍ଡା ଗାଁର ଡିଲେଶ୍ଵର ନାଏକ ବୋଲି ଜଣା ପଡିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page