ମୁଖ୍ୟ ଖବର ପୁଲିସ ଏ.ଏସ.ଆଇ.ଙ୍କ ଅକାଳ ବିୟୋଗ Angul OnlineSeptember 25, 2022September 25, 2022 ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନାରେ କାର୍ଯ୍ୟରତ ଏଏସ୍ଆଇ ନରେଶ ସିଂ ଙ୍କର ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଶ୍ରୀ ସିଂ ଏନଟିପିସି ଥାନାରେ ଦୁଇବର୍ଷରୁ ଅଧିକ ସମୟ କାର୍ଯ୍ୟକରିଥିଲେ । ଦୁଇ ମାସ ପୂର୍ବରୁ ତାଙ୍କର ସମଲ ଥାନାକୁ ବଦଳି ହୋଇଥିଲା । ସମୟାନୁବର୍ତ୍ତିତା , ଲୋକଙ୍କୁ ସଠିକ ସେବା ଯୋଗାଇ ଦେବା ଯୋଗୁଁ ସେ ବେଶ ଲୋକପ୍ରିୟ ଥିଲେ । ତିନିଦିନ ତଳେ ତାଙ୍କ ମୁଣ୍ଡ ବୁଲାଇବା ସହ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଏଥିପାଇଁ ପ୍ରଥମେ ତାଙ୍କୁ କଣିହାଁ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା । ତେବେ ଆଜି ଅପରାହ୍ନ ପ୍ରାୟ ୨ ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବ୍ଲକ ଅଧ୍ୟକ୍ଷ ନିଲମ୍ବନ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଅଶୋକ କୁମାର ପ୍ରଧାନ । ଦଳ ବିରୋଧୀ କାର୍ଯ୍ୟ…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ- ଜଣେ ମୃତ ତିନିଜଣ ଗୁରୁତର ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ଜ୍ଵାଇଁ ଆକ୍ରମଣରେ ଶଶୁର ଆହତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏକ ଗେଷ୍ଟହାଉସ ଠାରେ ପୁଅ ଓ ଝିଅ ଘର ପକ୍ଷରୁ ଯୌତୁକ ଜିନିଷ ଫେରାଇବାକୁ ନେଇ ଆଲୋଚନା ଚାଲୁଥିବା…