ଅପରାଧଆଞ୍ଚଳିକ ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ – ୧୦୦ ରୁ ଊର୍ଦ୍ଧ୍ଵ ଗୋରୁଗାଇ ଜବତ Angul OnlineJanuary 17, 2021January 17, 2021 ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୧୦୮ ଟି ଗୋରୁଙ୍କୁ ଉଦ୍ଧାର କରିଛି । ଏହି ଚଢାଉ ବେଳେ ୫ରୁ ୬ ଜଣ ଗୋରୁ ଚାଲାଣକାରୀ ଫେରାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଗଡିଆ ଅଞ୍ଚଳ ଦେଇ କିଛି ଦିନ ହେବ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ଏହି ଖବର ପାଇ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଚାଲାଣକାରୀ ମାନେ ଶତାଧିକ ଗୋରୁଙ୍କୁ ଚଲାଇ ଚଲାଇ ନେଉଥିବା ବେଳେ ପୋଲିସ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିଥିଲା । ପୋଲିସର ଏହି ଚଢାଉ ବେଳେ ଚାଲାଣକାରୀମାନେ ଦଉଡି ପଳେଇ ଯାଇଥିଲେ । ପୋଲିସ ଉଦ୍ଧାର ଗୋରୁଙ୍କୁ ନୂଆଗାଁ ସିମାନ୍ତରେ ଥିବା ଗୋଶାଳାରେ ରଖିବା ପାଇଁ ବ୍ୟବସ୍ଥା କରାଇବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଛି ବୋଲି ପୋଲିସ ସୂଚନା ଦେଇଛି । Advertisement
ନିଜ ଦେହରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳାଙ୍କ ଆତ୍ମହତ୍ୟା ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଜମରଡିହ ଗାଁ ରେ ବୁଧବାର ନିଜ ଦେହ ରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳା ଆତ୍ମହତ୍ୟା କରିଥିବା…
ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ଡ୍ୟାମ ନିକଟରୁ ଆଜି ବିଲମ୍ବିତ ରାତିରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ…
ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ତାଳବେଡା ଗ୍ରାମରେ ଭଡାରେ ରହୁଥିବା ଆଦିତ୍ୟ ଦାସଙ୍କ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ଆଦିତ୍ୟ…