ଆଞ୍ଚଳିକ ରାଷ୍ଟ୍ରୀୟ ନବବର୍ଷ ପାଳନ ପାଇଁ ପ୍ରସ୍ତୁତି Angul OnlineMarch 31, 2022March 31, 2022 ଅନୁଗୁଳ – ଅନୁଗୁଳ ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ଆସନ୍ତା ୨ ତାରିଖ ଚୈତ୍ରଶୁକ୍ଳ ପ୍ରତିପଦା ଦିନ ଭାରତୀୟ(ରାଷ୍ଟ୍ରୀୟ)ନବବର୍ଷ ପାଳିବାକୁ ଯାଉଛି । ପୂର୍ବାହ୍ନ ୫ ଘଟିକା ସମୟରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସୂର୍ଯ୍ୟ ପୂଜା ସହିତ ୧୦୮ ସାମୁହିକ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ନବବର୍ଷକୁ ସ୍ବାଗତ କରାଯିବ । ଏଥିସହିତ ସାମୁହିକ ହନୁମାନ ଚାଳିଶା ପାଠ ଓ ବିଷ୍ଣୁସହସ୍ରନାମ ପାଠ ହେବ । ପରେ ପରେ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଧର୍ମସଭା ଜଗନ୍ନାଥ ମନ୍ଦିର ବେଦଭବନଠାରେ ଅନୁଷ୍ଠିତ ହେବ । ଏହି ଦିନ ପୂର୍ବ ଦିବସ ଠାରୁ ସମସ୍ତ ଭାରତୀୟ ନିଜ ନିଜ ଗୃହର ପ୍ରାଙ୍ଗଣ ଗୋମୟରେ ଲିପି ଝୋଟି ଚିତା ମୁରୁଜରେ ଚିତ୍ରିତ କରିବା ସହିତ ପୂର୍ଣ୍ଣ କୁମ୍ଭ ଆମ୍ବ ତୋରଣ କଦଳୀ ଗଛ ଇତ୍ୟାଦି ସ୍ଥାପନ ପୂର୍ବକ ସପରିବାର ନବବର୍ଷକୁ ସ୍ବାଗତ କରିବାକୁ ସମିତି ତରଫରୁ ଆହ୍ଵାନ ଦିଆଯାଇଛି । ଏନେଇ ପାଳନ ସମିତିର ଅଧ୍ୟକ୍ଷ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ବେଦଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ବିଭିନ୍ନ ସାମାଜିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନର ସଦସ୍ୟଙ୍କ ସମେତ ଆଦିତ୍ୟ ବାହିନୀ ପୀଠ ପରିଷଦର ରାଜ୍ୟ ସଚ୍ଚିବ ଡଃ ରୋହିତ କୁମାର ଦାଶ,ଆଦିତ୍ୟ ବାହିନୀ ଜିଲ୍ଲା ସମ୍ପାଦକ ଲଳିତ ମୋହନ ଦାଶଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । Advertisement
ସାମ୍ବାଦିକ ରଘୁଙ୍କ ଶ୍ରାଦ୍ଧ ବାର୍ଷିକିରେ ରକ୍ତଦାନ ଶିବିର ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଗୁଳ ରକ୍ତଦାନ ଭବନଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।…
ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅନୁଗୁଳ ଆସିବେ ଅନୁଗୁଳ – ଆଗାମୀ ଅଗଷ୍ଟ କୋଡିଏ ତାରିଖରେ ସର୍ବୋଦୟ ବିଚାରର ଯୁବ ବାହିନୀ ରାଷ୍ଟ୍ରୀୟ ଯୁବ ସଂଗଠନର ପ୍ରାଦେଶିକ କାର୍ଯ୍ୟକାରିଣୀ ଅନୁଗୁଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ…
ଡିଏଭି ସ୍କୁଲର ଫିସ ବୃଦ୍ଧି ପ୍ରସଙ୍ଗ – ତାତିଲେ ଅଭିଭାବକ ତାଳଚେର – ଦୀର୍ଘ ୨ବର୍ଷ ଧରି ତାଳଚେର ଅଞ୍ଚଳରେ ଥିବା ବିଭିନ୍ନ ଡିଏଭି ସ୍କୁଲରେ ବେଆଇନ ଭାବେ ଅହେତୁକ ଫିସ ବୃଦ୍ଧିକୁ ନେଇ ଉଭୟ ଅଭିଭାବକ ମହଲରେ…