ଆଞ୍ଚଳିକ ନାଲକୋ ଘରୋଇକରଣକୁ ବିରୋଧ Angul OnlineJanuary 13, 2022January 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନବରତ୍ନ କମ୍ପାନୀ ନାଲକୋକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଉଦ୍ୟମ କରୁଥିବାରୁ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ଏହାକୁ ଘୋର ବିରୋଧ କରିଛି । ୧୯୮୧ ମସିହାରେ ପ୍ରତିଷ୍ଠିତ ନାଲକୋ ବିଭିନ୍ନ ଲାଭାଂଶ ବାବଦକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ୪୬ ହଜାର କୋଟି ଟଙ୍କା ଅଦ୍ୟାବଧି ଦେଇସାରିଛି । ରାଜ୍ୟ ଓ ଦେଶର ବିକାଶରେ ନାଲକୋର ଅବଦାନ ବେଶ ରହିଛି । କିନ୍ତୁ ଏସବୁ ସତ୍ତ୍ୱେ ନାଲକୋର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଯାହାକୁ ଏକ ହୀନ ପ୍ରୟାସ ବୋଲି ବିଭିନ୍ନ ଶ୍ରମିକ ସଙ୍ଗଠନ କହିଛନ୍ତି । ନାଲକୋ ଆରମ୍ଭ ଦିନଠାରୁ ଆଜିଯାଏ କେବେ କ୍ଷତି ସହି ନାହିଁ । ଏପରିକି ଚଳିତ ବର୍ଷ ୨୫ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲାଭ କରିଛି ନାଲକୋ । ଏହା ସତ୍ୱେ ନାଲକୋକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଚିନ୍ତା କରୁଛନ୍ତି । ଏକ ଲାଭଦାୟକ ସଂସ୍ଥାର ଘରୋଇକରଣ କରିବାର କଣ ଆବଶ୍ୟକତା ରହିଛି ବୋଲି ଶ୍ରମିକ ସଂଗଠନ ପ୍ରଶ୍ନ କରିବା ସହ ସାଧାରଣ ଶ୍ରମିକ ମାନଙ୍କ ପେଟ ପାଟଣା ଉପରେ କାହିଁକି ଗୋଇଠା ମାରିବାର ପ୍ରୟାସ କେନ୍ଦ୍ର ସରକାର କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ନାଲକୋର ଘରୋଇକରଣ କରିବାର ଯେଉଁ ପ୍ରୟାସ କରୁଛନ୍ତି ତାକୁ ବନ୍ଦ ନ କଲେ ଆଗାମୀ ଦିନରେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ହିନ୍ଦ୍ ମଜଦୂର ସଭା ପକ୍ଷରୁ କୁହା ଯାଇଛି । ହିନ୍ଦ୍ ମଜଦୂର ସଭା ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ କରିବା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଙ୍ଘର ସଭାପତି ତ୍ରିଲୋଚନ ପ୍ରଧାନ, ଯୁବ ନେତା ଅରୁଣାଭ ସିଂହ ପ୍ରମୁଖ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ମାଧ୍ୟମରେ ଘରୋଇକରଣକୁ ବନ୍ଦ କରିବା ପାଇଁ ଏକ ଦାବି ପତ୍ର ଦେବା ବେଳେ ଉପସ୍ଥିତ ଥିଲେ । Advertisement
ଜେଏସପିଏଲ ପକ୍ଷରୁ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ ଅନୁଗୁଳ – ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୁଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକମାନଙ୍କ…
ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ଦିନେଶ ଅନୁଗୋଳ – ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ବସୁଧା ( ଗ୍ରାମାଞ୍ଚଳ ) ର ଉପଦେଷ୍ଟା ଭାବେ ଦିନେଶ ପ୍ରଧାନ…
ମା’ ବାସନ୍ତୀଙ୍କ ପୂଜା ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଅମଲାପଡାସ୍ଥିତ ମା ବାସନ୍ତୀ ଦୁର୍ଗାଙ୍କର ଆଜି ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ…