ଆଞ୍ଚଳିକ ସଡକ ଦୁର୍ଘଟଣାରେ ପରିବାର ସମେତ କନିଷ୍ଠଯନ୍ତ୍ରୀ ଆହତ Angul OnlineJuly 22, 2021July 22, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡଠାରେ ଭାରସାମୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଠମଲ୍ଲିକ ବ୍ଲକର ଜଣେ କନିଷ୍ଠଯନ୍ତ୍ରୀଙ୍କ ସମେତ ସପରିବାର ଆହତ ହୋଇଥିବା ଜଣା ପଡିଛି । ସୂଚନା ନଉସାରେ ଆଠମଲ୍ଲିକ ବ୍ଲକର କନିଷ୍ଠ ଯନ୍ତ୍ରୀ ଆରୁଣ ବେହେରା ନିଜ ପୈତୃକ ଘର ତାଳଚେରରୁ ନିଜ କାର (OD19 R 9119)ରେ ଆଠମଲ୍ଲିକ ସରକାରୀ ବାସଭବନକୁ ଫେରୁଥିଲେ । ଅରୁଣ ବେହେରା ନିଜେ ଗାଡି ଚଲାଉଥିବା ବେଳେ ଗାଡିରେ ତାଙ୍କ ସ୍ତ୍ରୀ , ପୁଅ ଓ ଝିଅ ବସିଥିଲେ । ତେବେ ହଠାତ ଠାକୁରଗଡ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ଅରୁଣଙ୍କ ସମେତ ତାଙ୍କ ସ୍ତ୍ରୀ , ଝିଅ ଓ ପୁଅ ଆହତ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକ ତାଙ୍କୁ ଉଦ୍ଧାର କରି ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବବେ ସେଠାଋ ସେମାନଙ୍କଉ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି । Advertisement
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ ଅନୁଗୋଳ – ଅନୁଗୋଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ୟେଶରେ ୪୨୦୦ ଗ୍ରେଡ ପେ…
ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି ଅନୁଗୁଳ – ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତିଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ରଜତ । ସୂଚନା ଅନୁସାରେ ଅନୁଗୁଳ…
୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଶବଳଭଙ୍ଗା ଗାଁରୁ ୧୧ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ଯାହାକୁ ପରେ ବନ ବିଭାଗ ସହାୟତାରେ…