ସମସ୍ୟା ଜମି ଅଧିଗ୍ରହଣକୁ ବିରୋଧ କରି ଥାନାରେ ମାମଲା – ପ୍ରତିବାଦରେ ଥାନା ଘେରାଉ Angul OnlineFebruary 17, 2023February 17, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଡ଼ଅଁରା ଗ୍ରାମର ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖାଦେଇଛି । ଫଳରେ ଗ୍ରାମବାସୀ ମାନେ ସ୍ଥାନୀୟ ଗୋପାଳପ୍ରସାଦ ଥାନାକୁ ଘେରାଉ କରିଥିଲେ । ଡ଼ଅଁରା ଗ୍ରାମର ୮୫ ପ୍ରତିଶତ ଜମି ୨୫ ବର୍ଷ ପୂର୍ବେ MCL ଅଧିଗ୍ରହଣ କରି ଗ୍ରାମବାସୀ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇଥିବା ବେଳେ ବାକିଥିବା ଗ୍ରାମର କେତେକ ଜମିକୁ ଅଧିଗ୍ରହଣ ନକରି ଏବଂ ବାକିଥିବା ଚାକିରୀ ଦେଇ ନାହିଁ । ଗ୍ରାମବାସୀମାନକୁ ବର୍ତ୍ତମାନ ସୁଧା ବିସ୍ଥାପିତ କରାଯାଇନଥିବା ବେଳେ, ବାକିଥିବା କୁଚିଆନାଳି ଗ୍ରାମ ଜମିରେ ଆଉ ଗୋଟିଏ ଗ୍ରାମକୁ ବିସ୍ଥାପିତ କରି ଥଇଥାନ କରିବା ପାଇଁ MCL ଯାଇଥିବା ବେଳେ ଡଅଁରା ଗ୍ରାମବାସୀ ବିରୋଧ କରିଥିଲେ । ଏହାକୁ ନେଇ MCL କର୍ତ୍ତୃପକ୍ଷ ପୁଲିସକୁ ହାତବାରିସ କରି ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରିଥିଲା । ଯାହାକୁ ନେଇ ଶତାଧିକ ଗ୍ରାମବାସୀ ଆଜି ଗୋପାଳପ୍ରସାଦ ଥାନା ଘେରାଉ କରିଥିଲେ । ବୁଝାସୁଝା କରିବା ପରେ ଗ୍ରାମବାସୀ ମାନେ ନିଜ ଆନ୍ଦୋଳନରୁ ଓହରିଥିବା ଜଣା ପଡ଼ିଛି । Advertisement
ନାଲକୋ ଅଧିକାରୀଙ୍କୁ ଭେଟିଲେ ଆନ୍ଦୋଳନକାରୀ – ସମସ୍ଯା ସମାଧାନ ହେଲେ ଅଚଳାବସ୍ଥା ହେବ ଦୁର ଅନୁଗୋଳ – ଅନୁଗୋଳ ଜିଲ୍ଲା ଗୋବରା , କର୍ଣ୍ଣପୁର , ବଡଯୋରତା , ତଅଁରା ଓ ପଦ୍ମାବତୀପୁର ପଂଚାୟତରେ ନାଲକୋ ରେଲୱେ ଲାଇନ୍ ଓ ଆଶ…
ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ତାଳଚେରରେ ହେବା ପାଇଁ ଦାବି ତାଳଚେର – କଳାହୀରାର ସହର ତାଳଚେରରେ ବହୁ ପ୍ରତିକ୍ଷୀତ ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ସ୍ଥାପନ ହୋଇ ପାରି ନ ଥିବାରୁ ତାଳଚେର ବାସୀ ଉଦବେଗ ପ୍ରକାଶ କରିଛନ୍ତି…
କ୍ଷତିଗ୍ରସ୍ତଙ୍କ ନିଯୁକ୍ତି ଦାବିରେ ଅନଶନରେ ବସିଲେ ବିଧାୟକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ତଥା ଏସ.ଏ.ପି ଲିଷ୍ଟରେ ସାମିଲ ଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବିରେ ଆଜି ସକାଳୁ…