ଆଞ୍ଚଳିକ ଛଟେଇ ପାଇଁ ପ୍ରତିବାଦ Angul OnlineJanuary 4, 2021January 4, 2021 ଅନୁଗୁଳ – କୋଭିଡ କାର୍ଯ୍ୟରେ ନିୟୋଜିତ ଠିକା ପାରା ମେଡ଼ିକାଲ ଷ୍ଟାପଙ୍କୁ ଚାକିରୀରୁ ଛଟେଇ କରିଛି ଅନୁଗୁଳ ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଆଜି ଦେଖିବାକୁ ମିଳିଛି ପ୍ରତିବାଦ । ଛଟେଇ ହୋଇଥିବା ପାରା ମେଡ଼ିକାଲ ଷ୍ଟାପ ଆଜି ଅନୁଗୋଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ପ୍ରତିବାଦ ଶୋଭା ଯାତ୍ରା ଆରମ୍ଭ କରି ସହର ପରିକ୍ରମା କରିଛନ୍ତି। ଏବେ ଚାକରି ଯିବା ପରେ ସେମାନେ କଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ନିଜର ଚାକିରୀ ଫେରି ପାଇବାକୁ ସେମାନେ ଦାବି କରିଛନ୍ତି। ଅନୁଗୋଳ ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬୮ ଜଣ ପାରା ମେଡ଼ିକାଲ ଷ୍ଟାପ ଙ୍କୁ ନିଯୁକ୍ତି ଦିଆଯାଇଥିଲା ।ଗତ ମାସ ୩୧ ତାରିଖରୁ ସେ ମାନଙ୍କୁ ଛଟେଇ କରିଦିଆଯାଇଛି।ଏନେଇ ସେମାନେ ଏକ ଦାବି ପତ୍ର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି। Advertisement
ଅଚିହ୍ନା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି…
ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ଅନୁଗୁଳ -(AO)- ଅନଗୁଳ ଗାନ୍ଧୀ ପାର୍କ ଠାରେ ଭାରତ ଛାଡ଼ ଆନ୍ଦୋଳନ ୭୯ ତମ ଦିବସ ପାଳିତ ହୋଇ ଯାଇଛି । ୧୯୪୨ ମସିହା ଆଜିର ଦିନରେ…
ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ଅନୁଗୁଳ – ଓଡିଶା ବିଧାନସଭାରେ ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ମାନ୍ୟବର ବିଧାୟକ ଅନୁଗୁଳଙ୍କ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ।…