ମନୋରଞ୍ଜନ ଅନୁଗୁଳରେ ରାହଗିରି – ରାସ୍ତାରେ ହେଲା ମନୋରଞ୍ଜନ Angul OnlineApril 1, 2022April 1, 2022 ଅନୁଗୁଳ – ପବିତ୍ର ଉତ୍କଳ ଦିବସ ଏବଂ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନୋରଞ୍ଜନ ଏବଂ ସଚେତନତା ଭିତ୍ତିକ ପର୍ବ ରାହଗିରି ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ଜଗନ୍ନାଥ ମନ୍ଦିର ରାସ୍ତାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ୧୯୯୩ ମସିହା ଏପ୍ରିଲ ୧ ତାରିଖ ଦିନରେ ଢେଙ୍କାନାଳ ଜିଲ୍ଲାରୁ ବିଭକ୍ତ ହୋଇ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ହୋଇଥିଲା । ଠିକ ଆଜିର ଦିନରେ ଜିଲ୍ଲା ପ୍ରତିଷ୍ଠା ହୋଇଥିବାରୁ ଆଜି ଅନୁଗୁଳ ଉତ୍ସବମୁଖର ହୋଇ ପଡିଥିଲା । ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ଚାଲିଥିବା ରାହଗିରିରେ ଓଡ଼ିଶା ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । କରୋନା ଭଳି ମହାବିପତ୍ତି ସମୟ ପରେ ଓଡ଼ିଶାର ଏହା ପ୍ରଥମ ରାହଗିରି ହୋଇଥିବାରୁ ଅନୁଗୁଳ ସହର ବାସୀ ଏହାର ଆନନ୍ଦ ଉଠାଇବା ସହ ସୂଚନା ଓ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସମାରୋହରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏସପି ଜଗମୋହନ ମୀନାଙ୍କ ସମେତ ଜିଲ୍ଲାର ସମସ୍ତ ପଦସ୍ଥ ଅଫିସର ଯୋଗଦାନ କରିଥିଲେ । ଜଗନ୍ନଥା ମନ୍ଦିର ରାସ୍ତାରେ ଅନୁଷ୍ଠିତ ଏହି ରାହଗିରିରେ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ଓଡ଼ିଶୀ , ପେଣ୍ଟିଂ, ଯୋଗ, କିକ ବକ୍ସିଂ, କରାଟେ ଏବଂ ଟାଇକଣ୍ଡୋ ଭଳି ମାର୍ଶାଲ ଆର୍ଟ, ସ୍କେଟିଂ,ମ୍ୟୁଜିକଲ ଜୀମ ଆଦି ପ୍ରଦର୍ଶିତ ହୋଇଥିଲା । ଛୁଟି ଦିନ ହୋଇଥିବାରୁ ବିଭିନ୍ନ ବର୍ଗର ଦର୍ଶକ ଏହାକୁ ଉପଭୋଗ କରିଥିଲେ । ଅନେକ ଦିନର ସଂଗ୍ରାମ ପରେ ସାଧାରଣ ଜୀବନ ଟ୍ରାକ କୁ ଫେରିଛି । ଏବେ ବି ସଚେତନ ରହିବାର ଅଛି କିନ୍ତୁ ମନୋରଞ୍ଜନର ଅବଶ୍ୟକତା ମଧ୍ୟ ରହିଛି । ଆମେ ଜିଲ୍ଲାବାସୀ ଭାବେ ୨୯ ବର୍ଷ ପୂର୍ଣ୍ଣ କରିଛନ୍ତି । ଏହି ୨୯ ବର୍ଷରେ ଆମେ ଅନେକ କିଛି ସଫଳତା ପାଇଛନ୍ତି ବୋଲି ଏହି ଅବସରରେ ଅତିଥି ମାନେ କହିଥିଲେ । Advertisement
ଜିଲ୍ଲା ମହୋତ୍ସବ ପାଇଁ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଅନୁଗୁଳ – ୮ ତାରିଖରୁ ଜିଲ୍ଲା ମହୋତ୍ସବ ଆରମ୍ଭ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଶିଖର ଛୁଇଁଛି । କାରୋନାର କରାଳ ଋପ ଯୋଗୁଁ ପ୍ରାୟ…
ସବୁଠି ପଥ ଉତ୍ସବ – ସବୁଠି ରାସ୍ତାରେ ମଉଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାର ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ପାଳୁଛି । ଏଥିପାଇଁ ଜିଲା ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।…
ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗ୍ରାମରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ରମେଶ ମେମୋରିଆଲ ନାମରେ ଅନୁଷ୍ଠିତ…