ଅପରାଧମୁଖ୍ୟ ଖବର ଚୋରା କୋଇଲା ଖଣିରେ ଚଢାଉ , ଦୁଇ ମିନି ଟ୍ରକ ,ବୋଲେରୋ ସହ ୮ ଗିରଫ Angul OnlineFebruary 3, 2021February 3, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା ଚାଲାଣ କରାଯାଉଛି । ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଏହି କୋଇଲା ଚୋରା ଚାଲାଣ ହେଉଥିବା ଖବର ପାଇ ବୁଧବାର ଉକ୍ତ ଚୋରା ଖଣି ଅଞ୍ଚଳରେ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଓ ଛେଣ୍ଡିପଦା ପୁଲିସ ଚଢ଼ାଉ କରିଥିଲେ । ଚଢାଉ ବେଳେ କୋଇଲା ବୋଝେଇ ୨ ଟି ମିନିଟ୍ରକ ସହିତ ପାଇଲଟିଂରେ ବ୍ୟବହାର ହେଉଥିବା ଏକ ବୋଲେରୋ ଗାଡି ଓ ଏକ ମଟରସାଇକେଲକୁ ଜବତ କରିଥିଲା । ଏହା ସହ ଏହି କୋଇଲା ଖଣି ଓ ଚାଲାଣରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିବାକୁ ମଧ୍ୟ ସକ୍ଷମ ହୋଇଥିଲା । ଏନେଇ ଛେଣ୍ଡିପଦା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନେ ହେଲେ ଛେଣ୍ଡିପଦା ଥାନା ନୁଆଗାଁର ଦିନବନ୍ଧୁ ବେହେରା(୪୦) , ଅଞ୍ଚଳ ମହାରଣା(୨୪) , ଅକ୍ଷିଳ ମହାରଣା(୨୨) , ଅଜୟ ବେହେରା(୨୨) , ବାହାଳସାହିର ନରୋତ୍ତମ ବେହେରା(୨୯) , ମାମୁରିଆ ଗାଁର ପବିତ୍ର ମୋହନ ନାଏକ(୩୫) , ଅନୁଗୁଳ ଥାନା ବେଲସୁଣ୍ଠା ଗ୍ରାମର ମେଘ ଭୋଇ(୨୪) ଓ ଗଗନ ବେହେରା(୨୨) । ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି । Advertisement
ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ ଅନୁଗୁଳ – ସାମାନ୍ୟ ବଚସାରୁ ଜଣେ ରାଜମିସ୍ତ୍ରୀଙ୍କୁ ହତ୍ୟା । ଏଭଳି ଘଟଣା ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଗ୍ରାମରେ ଘଟିଛି । ମୃତକ ଜଣଙ୍କ ପଞ୍ଚମହଲା…
ଡକାୟତି ଉଦ୍ୟମ ବେଳେ ପୁଲିସର ଚଢ଼ାଉ – ୫-ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି…
ନିର୍ବାଚନ ପୂର୍ବରୁ ହିଂସା – ପୌରଧ୍ୟକ୍ଷ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ adv ଅନୁଗୁଳ – ନିର୍ବାଚନର ଠିକ ପୂର୍ବ ଦିନରେ ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନୀ ହିଂସା ଦେଖା ଦେଇଛି । ସୂଚନା ଅନୁସାରେ , ଅନୁଗୁଳ ଶିମିଳିପଡ଼ାର ସ୍ଵାଧିନ…