ମୁଖ୍ୟ ଖବର ଟିକରପଡା ବୁଲିବା ମନା – ଜିଲ୍ଲାପାଳ ଦେଲେ ନିର୍ଦେଶ Angul OnlineAugust 16, 2022August 17, 2022 ଅନୁଗୁଳ – ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୁଳ ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡି ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ମହାନଦୀର ଜଳସ୍ତର ବୃଦ୍ଧିପାଉଛି । ଫଳରେ ଅନୁଗୁଳ ଜିଲ୍ଲାର କେତେକ ବ୍ଲକରେ ବନ୍ୟା ସ୍ଥିତି ଉପୁଜିଛି । ମହାନଦୀରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ସାତକୋଶିଆ ଅଭୟାରଣ୍ୟରେ ଥିବା ଟିକର ପଡା, ମଝିପଡା, ଗଇନ୍ଦି ଓ ବେହେରା ସାହି ଗାଁ ଗୁଡିକ ପାଣିଘେରରେ ରହିଛି । ଫଳରେ ବନ୍ୟା ଘେରରେ ଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବିଶେଷ ଭାବେ ଘାଟସାହି ପ୍ରଭାବିତ ହୋଇଛି । ସାହିର ପ୍ରାୟ ୮୦୦ରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପ କରି ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ରାମିମୁଣ୍ଡା, ଗଇଁନ୍ଦି, ବେହାରା ସାହିକୁ ଯୋଗାଯୋଗ ବିଛିନ୍ନ ଥିବାରୁ ସେମାନଙ୍କ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ହୀରାକୁଦର ଆହୁରି ଗେଟ୍ ଖୋଲା ଯିବାକୁ ଥିବା ବେଳେ ଟିକରପଡା ଅଞ୍ଚଳରେ ଆହୁରି ପାଣି ବଢିବାର ଆଶଙ୍କା କରା ଯାଉଛି । ଏହି ସମୟରେ ଅନେକ ଲୋକ ବନ୍ୟା ଅଞ୍ଚଳକୁ ବୁଲି ଯାଉଥିବା ବେଳେ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି । ଏହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ପର୍ଯ୍ୟଟକଙ୍କୁ ଟିକରପଡା ଯିବାକୁ ବାରଣ କରା ଯାଇଛି । ଏଥିପାଇଁ ପମ୍ପାସର ଗେଟ ଠାରେ ଲୋକଙ୍କୁ ଚେକ କରାଯିବ । ବନ୍ୟା ଅଞ୍ଚଳକୁ ଯାଇ ଅଜଥାରେ ଭୋଜି ନ କରିବାକୁ , ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା ନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରା ଯାଇଛି । ଏ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ବନ ବିଭାଗ ଓ ପୁଲିସ ସହ ଆଲୋଚନା କରି ଏହା ଉପରେ ନଜର ରଖିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । Advertisement
ରଙ୍ଗ ନମ୍ବରରୁ ବିବିାହିତା ମହିଳାଙ୍କ ପ୍ରେମ – ଆଉ ପ୍ରତାରଣା ଅଭିଯୋଗରେ ପ୍ରେମିକ ଘର ଆଗରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ନିଜର ୩ ବର୍ଷର ପୁଅକୁ ଧରି ଗର୍ଭବତୀ ମା ଧାରଣାରେ ବସିଛନ୍ତି…
ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଭୋରରୁ ଅଙ୍ଗାରବନ୍ଧ , ଛେଳିଆପଡା ଓ ବାରସିଂହା ଗାଁ ଭଳି ଭିନ୍ନ…
ଜିଅନ୍ତା ଜାଳିଥିଲା , ନିଜେ ଜିଅନ୍ତା ଜଳି ମଲା – ଜନ୍ମ କଲା ମା ଓ ରକ୍ତ ସମ୍ପର୍କ ଭାଇ ଓ ଭଉଣୀ ଜାଳି ମାରିଦେଲେ ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କଦଳୀମୁଣ୍ଡା ଗାଁରେ ବିଚ ରାସ୍ତାରେ ଯୁବକକୁ ବାନ୍ଧିଦେଲେ ଆଉ ତାପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ତା…