ଅପରାଧ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineSeptember 16, 2021September 16, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ସିପୁର ଗ୍ରାମ ହାଇସ୍କୁଲ ଖେଳପଡ଼ିଆ ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ବିରୁ ଗ୍ରାମର ଦୁଃଖବନ୍ଧୁ ପ୍ରଧାନଙ୍କ ପୁଅ ନବୀନ ପ୍ରଧାନ । ସୂଚନା ମୁତାବକ ଆଜି ସକାଳେ ସ୍ଥାନୀୟ ଲୋକ ଜଣେ ଯୁବକର ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହା ଯାଇଛି । Advertisement
ଲିଙ୍କ ଦେଇ ବରିଷ୍ଠ କିରାଣୀଙ୍କ ଠାରୁ ଠକି ନେଲା ୧ ଲକ୍ଷ ୧୮ ହଜାର ଟଙ୍କା ଅନୁଗୋଳ – ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀ ସାଇବର ଠକାମୀର ଶିକାର ହୋଇଛନ୍ତି । ଦୁର୍ବୃତ୍ତ ମାନେ ଅତି ଚାଲାକିରେ ତାଙ୍କ ଆକାଉଣ୍ଟରୁ…
ବାୟାମ ସାରି ଫେରୁଥିବା ବେଳେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ସେଠାରେ ଥିବା ଏକ ଜିମ୍ ରୁ ବାୟାମ କରି…
ବସଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ବ୍ଲକ ତାଳଚେର ସନ୍ଥପଡା ବସଷ୍ଟାଣ୍ଡ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି…