ଅପରାଧ ବନ୍ଧୁକ ଓ ଖଣ୍ଡା ଦେଖାଇ ୧୫ ଲକ୍ଷ ଟଙ୍କା ଲୁଟ Angul OnlineDecember 22, 2024December 22, 2024 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ସଦରମହକୁମା ସ୍ଥିତ ଶିବମନ୍ଦିର ଛକ ନିକଟରୁ ଆଜି ଅପରାହ୍ନରେ ଖଣ୍ଡା ଏବଂ ବନ୍ଧୁକ ମୁନରେ ଜଣେ ବେପାରୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି । ସୂଚନା ଅନୁସାରେ ରବିବାର ପାଲଲହଡାରେ ସାପ୍ତାହିକ ହାଟ ଥିବାରୁ ସମ୍ବଲପୁର ଅଞ୍ଚଳର ବ୍ୟବସାୟୀ ବଜରଙ୍ଗ ଅଗ୍ରୱାଲଙ୍କର ଦୁଇଜଣ କର୍ମଚାରୀ ଶ୍ୟାମ ପାଣ୍ଡେ ଏବଂ ମନୀଷ ତିୱାରୀ ବାକି ଟଙ୍କା ଆଦାୟ କରିବାପାଇଁ ଏକ କାର ଯୋଗେ ପାଲଲହଡା ଆସିଥିଲେ । ଏହି ଅଞ୍ଚଳରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଆଦାୟ କରି ସମ୍ବଲପୁର ଫେରୁଥିବା ବେଳେ ଦିନ ପ୍ରାୟ ୨.୩୦ ସମୟରେ ସ୍ଥାନୀୟ ଶିବମନ୍ଦିର ଛକ ନିକଟ ଜାତୀୟ ରାଜପଥ NH 49 କୁ ସଂଯୋଗ କରୁଥିବା ରାସ୍ତାରେ ଦୁଇଟି ମଟରସାଇକେଲ ଯୋଗେ ୫ ଜଣ ଦୁର୍ବୁତ୍ତ ଅତର୍କିତ ଭାବେ ଉକ୍ତ କାରକୁ ଅଟକାଇ ଥିଲେ । ହଠାତ ସେମାନେ ଖଣ୍ଡା ଏବଂ ପିସ୍ତଲ ସାହାଯ୍ୟରେ ଦୁଇ ବେପାରୀଙ୍କୁ ଆକ୍ରମଣ କରି ଗାଡି ମଧ୍ୟରେ ଥିବା ୧୫ ଲକ୍ଷ ଟଙ୍କା ଲୁଟିନେଇ ଦେବଗଡ଼ ପଟକୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା ଜନଗହଳି ପୁର୍ଣ ରାସ୍ତାରେ ଘଟୁଥିବାବେଳେ କିଛି ସ୍ଥାନୀୟ ଲୋକ ଦୁର୍ବୁତ୍ତ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥଲେ । ଖବର ପାଇ ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଦୁର୍ବୁତ୍ତ ମାନଙ୍କର ପିଛା କରିଥିଲେ ଏବଂ ଦେବଗଡ଼ ସୀମାନ୍ତରୁ ଜଣେ ସନ୍ଦିଗ୍ଧ ଙ୍କୁ ଧରିବା ସହ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । Advertisement
ଡିକି ଭାଙ୍ଗି ଟଙ୍କା ଲୁଟ ବେଳେ କାବୁ କରି ଉତ୍ତମ ମଧ୍ୟମ ପରେ ପୁଲିସ ଜିମା ଦେଲେ ଲୋକେ ଅନୁଗୋଳ – ଅନୁଗୋଳ ସହର ନୁଆଁ ବସଷ୍ଟାଣ୍ଡ ନିକଟରେ ଡିକି ଭାଙ୍ଗି ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଦୁର୍ବୃତ୍ତକୁ ଲୋକ କାବୁ କରିଥିବା ବେଳେ…
ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଟିଉସନ ମାଷ୍ଟର – ନାବାଳିକାଙ୍କ ସହ ଅନ୍ତରଙ୍ଗ ଫଟୋ କରିଥିଲେ ଭାଇରାଲ ପାଲଲହଡା – ଗତ କିଛି ଦିନ ହେଲା ପାଲଲହଡା ଅଞ୍ଚଳରେ ଚର୍ଚ୍ଚା ପାଲଟିଥିବା ରଷିକିଆ ଟିଉସନ ସାର ମୁକେଶ ଶେଷରେ ବନ୍ଧା ହୋଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ…
ପାଞ୍ଚ ଜଣଙ୍କ ନାମରେ ଲଟକା ଜାରି କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ସାପୋଇନାଳି ଗ୍ରାମରେ ଗଞ୍ଜେଇ କାରବାରରୁ ବେଆଇନ ସମ୍ପତି ଜବତ ଘଟଣାରେ ପୁଲିସ ଚିତରଞ୍ଜନଙ୍କ ଘରେ ୫ ଜଣଙ୍କ ନାମରେ ଲଟକା…