ଆମ ପର୍ଯ୍ୟଟନ ସ୍ଥଳୀମୁଖ୍ୟ ଖବର ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମ୍ସିଏଲ୍ର ୯.୩୨ କୋଟି ମଞ୍ଜୁର Angul OnlineApril 25, 2021April 26, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ବୋର୍ଡର ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର କରାଯାଇଛି । ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଗତ ଜାନୁଆରି ୧୩ ତାରିଖରେ ଏ ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଏମସିଏଲର ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର କରିବା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ହିଙ୍ଗୁଳା ମନ୍ଦିର ସମ୍ମୁଖରେ ମୁଖଶାଳା ଓ ଯଜ୍ଞଶାଳାର ନିର୍ମାଣ କାର୍ଯ୍ୟ ପାଇଁ ଏମଏସିଏଲର ସିଏସଆର ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ସହାୟତା ଦ୍ୱାରା ଶ୍ରଦ୍ଧାଳୁମାନେ ଉପକୃତ ହେବା ସହ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ସୁବିଧା ମଧ୍ୟ ବଢ଼ିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ । ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି କହିଛନ୍ତି ଯେ, ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ଅଞ୍ଚଳ ପାଇଁ ଏମଏସିଏଲ୍ ବୋର୍ଡ ସିଏସଆର ପାଣ୍ଠିରୁ ୯.୩୨ କୋଟି ଟଙ୍କା ମଞ୍ଜୁର କରିଛି । ସାଧାରଣତଃ ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ଏବଂ ପର୍ଯ୍ୟଟନରେ ସୁବିଧା ଯୋଗାଇବା ପାଇଁ ଏହି ଆର୍ଥିକ ସହାୟତାକୁ ଅନୁମୋଦନ ଦିଆଯାଇଛି ବୋଲି ସେ କହିଛନ୍ତି । Advertisement
କୋଭିଡ କଟକଣାରେ ମା’ବାୟାଣୀ ପୂଜା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପଡା ଗ୍ରାମର ମା’ବାୟଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବୁଧବାର ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ…
ଜିନ୍ଦଲ ନଗର ଦେବଭୂମି ପରିସରରେ ରଥଯାତ୍ରା ଅନୁଗୋଳ– ହଜାର ହଜାର ସଂଖ୍ଯାରେ ଜିନ୍ଦଲ ନଗର ଶ୍ରଦ୍ଧାଳୁ ଏବଂ ପାର୍ଶ୍ଵବର୍ତୀ ଗ୍ରାମବାସୀ ମାନେ ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା…
ମା ହିଙ୍ଗୁଳା ମନ୍ଦିର ହୁଣ୍ଡିରୁ ୧୦ ଲକ୍ଷ ଟଙ୍କା ସଂଗ୍ରହ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇଛି । ମା ‘ ହିଙ୍ଗୁଳା…