ଟଙ୍କା ପାଇଁ ଧମକ ଦେଇ ବାପି ଗିରଫ

ଅନୁଗୁଳ – ଚୋରା ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ଗିରଫ ହୋଇଥିବା ବାପି ପୁଣି ବଂଶ ନିପାତ ଧମକ ଦେଇ ଫସିଛି । ଲିଙ୍ଗରାଯୋଡ଼ି ଗ୍ରାମର ସତ୍ୟଜିତ୍ ପ୍ରଧାନ ଓରଫ୍ ବାପି ଜଣେ ବ୍ୟକ୍ତିଙ୍କୁ ଟଙ୍କା ପାଇଁ ଧମକଚମକ ଦେବା ଅଭିଯୋଗରେ ଅନୁଗୁଳ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ସୌଭାଗ୍ୟ ଅଞ୍ଚଳର ରହୁଥିବା ଜଣେ ମହିଳାଙ୍କୁ ପ୍ରଥମେ ବାପି ଫୋନ୍‌ରେ ଧମକ ଦେଇଥିଲା । ପରେ ମହିଳାଙ୍କ ଘରକୁ ଯାଇ ବଂଶ ନିପାତ ଧମକ ଦେବା ପରେ ମହିଳା ଜଣଙ୍କ ଅନୁଗୁଳ ଥାନାର ଦ୍ଵାରସ୍ଥ ହୋଇଥିଲା । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜ୍ଜୁ କରି ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page