ମନୋରଞ୍ଜନ ରନ ଫର ଗ୍ଲୋରି , ରନ ଫର ମେମୋରୀ – ରବିବାର ସମସ୍ତ ସବ ଡିଭିଜନରେ ରାହଗିରି Angul OnlineDecember 11, 2022December 11, 2022 ଅନୁଗୁଳ – ରନ ଫର ଗ୍ଲୋରି , ରନ ଫର ମେମୋରୀ । ୨୦୨୩ ରେ ଅନୁଗୁଳ ଜିଲ୍ଲାକୁ ୩୦ ବର୍ଷ ପୂର୍ତ୍ତି ହେବ । ଏହି ଉପଲକ୍ଷେ ଆଜି ଜିଲ୍ଲା ପ୍ରଶସନ ପକ୍ଷରୁ ଏକ ମିନି ମାରଥନ କରାଯାଇଥିଲା । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରୁ ଅଲଗା ହୋଇ ୧୯୯୩ ମସିହା ଏପ୍ରିଲ ୧ ରେ ଅନୁଗୁଳ ସ୍ଵତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇଥିଲା । ଜିଲ୍ଲା ପୂର୍ତ୍ତିର ଉତ୍ସବ ଆରମ୍ଭ ହୋଇ ଯାଇଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଏହି ଉପଲକ୍ଷେ ମିନି ମାରାଥନ୍ ‘ରନ୍ ଫର୍ ଗ୍ଲୋରୀ, ରନ୍ ଫର୍ ମେମୋରୀ ‘ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କେବଳ ଯେ ଅନୁଗୁଳ ଜିଲ୍ଲାରୁ ନୁହେଁ , ଜିଲ୍ଲା ବାହାରର ମଧ୍ୟ ଯୁବପିଢୀ ଆଗ୍ରହ ଦେଖାଇ ଏହି ମାରଥାନରେ ସାମିଲ ହୋଇଥିଲେ । ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ମାରାଥନ ଆରମ୍ଭ ହୋଇ ଶିଶୁ ଉଦ୍ୟାନ ଛକ , ଥାନା ଛକ ଓ ବଜାର ଦେଇ ପୁଣି ଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା । ଏଭଳି ଏକ ମାରଥନରେ ଭାଗ ନେଇ ପ୍ରତିଯୋଗୀ ମାନେ ବେଶ ଖୁସି ଅନୁଭବ କରିଥିବା ବେଳେ ଓଡିଶା ବିଧାନ ସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ , ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଅନୁଗୁଳ ଏସପି ଜଗମୋହନ ମିନା ,ଉପ ଜିଲ୍ଲାପାଳ ବୈତୁରା ଦୀପ , ଅନୁଗୁଳ ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଆଦି ଅତିଥି ଭାବେ ଯୋଗ ଦେଇ କୃତି ପ୍ରୀତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଓଲିଉଡ କଳାକାର ନାଭ୍ୟା ଓ ସାଥି କଳାକାର ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗୀତ ର ତାଳେ ତାଳେ ଧୁମ୍ ମଚାଇ ଥିଲେ ଯୁବଗୋଷ୍ଠୀ । ତେବେ ସଭା ଶେଷ ବେଳକୁ ଅନୁଗୁଳ ଏସ ପି ଜଗ ମୋହନ ମୀନା ଦୁଇଟି ଘୋଷଣା କରିଥିଲେ । ଆସନ୍ତା ରବିବାର ଜିଲ୍ଲାର ପ୍ରତ୍ୟେକ ସବ ଡିଭିଜନରେ ରାହଗିରି ଅନୁଷ୍ଠିତ ହେବ ଏବଂ ହେଲଥ କ୍ୟାମ୍ପର ଆୟୋଜନ କରିବେ ବୋଲି ସେ ଘୋଷଣା କରିଥିଲେ । https://angulonline.com/odia/wp-content/uploads/2022/12/VID-20221211-WA0002.mp4 Advertisement
କବିତା ଆସର ଅନୁଷ୍ଠିତ ଅନୁଗୁଳ – ଗତ ତା ୨୧. ୦୮. ୨୦୨୪ ରିଖ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗାନ୍ଧିମାର୍ଗ, ଅନୁଗୁଳଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ…
“ଗାନ୍ଧୀଙ୍କ ଓଡିଶା” ମଞ୍ଚସ୍ଥ ଅନୁଗୁଳ – ପ୍ରାୟ ଏକ ବର୍ଷ ପରେ ମଞ୍ଚକୁ ଫେରିଛନ୍ତି କଳାକାର । ଆଉ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଅଗମନର ୧୦୦ ବର୍ଷ ପୂର୍ତ୍ତି…
ଅନୁଗୁଳ ସଭାଘର ଠାରେ ହେବ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମ ଅନୁଗୁଳ – ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ବର ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ, ଅନୁଗୁଳର…