ମୁଖ୍ୟ ଖବର ହାତୀ ଛୁଆକୁ ଦିଆଗଲା ସାଲାଇନ Angul OnlineAugust 7, 2021August 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ପାଳବନ୍ଧ ନିକଟରେ ଗୋଠଛଡ଼ା ହୋଇଥିବା ପ୍ରାୟ ଦେଢ଼ ବର୍ଷର ହାତୀଛୁଆ ଦେହରେ ଆଜି ସାଲାଇନ ଲାଗିଛି । ତାକୁ ଟ୍ରଙ୍କୁଲାଇଜ କରି ସଲାଇନ ସହ ଭିଟାମିନ ଦିଆଯାଇଛି । ସୂଚନା ଅନୁସାରେ , ଗତ ୩ ତାରିଖ ରାତିରେ ହାତୀପଲ ପାଳବନ୍ଧ ନିକଟକୁ ଆସିଥିବା ବେଳେ ସେଇଠି ହାତୀଛୁଆଟି ରହି ଯାଇଥିଲା । ହାତୀପଲଙ୍କ ସହିତ ଜଙ୍ଗଲକୁ ଫେରି ପାରି ନଥିଲା । ଛୁଆ ହାତୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ସେଠାରେ ବେଶ୍ ଗହଳି ଲଗାଇଥିଲେ । ଲୋକେ ଛୁଆ ହାତୀ ଦେହରେ ହାତ ଲଗାଇବା ପୂର୍ବରୁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ବନ୍ଧ ନିକଟରେ ହାତୀଛୁଆ ଦେହ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲା ବନ ବିଭାଗ । ନିକଟରେ ହିନ୍ଦୋଳ ବନାଞ୍ଚଳରେ ଯେହେତୁ ଦୁଇଟି ହାତୀ କୃମି ପାଇଁ ମୃତ୍ୟୁବରଣ କରିଛନ୍ତି, ତେଣୁ ଛୁଆକୁ କୃମି କିମ୍ବା ହର୍ପିସ୍ ରୋଗ ହୋଇଥିବା ପ୍ରାଣୀ ଚିକିତ୍ସକ ଅନୁମାନ କରିଥିଲେ । ହାତୀ ଦେହରେ ହାତ ବାଜିଲେ ଛୁଆ କୁଆଡ଼େ ହାତୀ ଗୋଠ ସହ ମିଶି ପାରେ ନାହିଁ । ତେଣୁ, ଛୁଆ ଦେହରେ କୌଣସି ପ୍ରକାରେ ହାତ ନ ମାରି ହାତୀର ଚିକିତ୍ସା ପାଇଁ ଟ୍ରାଙ୍କୁଲାଇଜ୍ କରିଥିଲା ବନ ବିଭାଗ । ଉଭୟ ହର୍ପସ୍ ଏବଂ କୃମି ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଥିଲା । ହାତୀ ଦେହରେ ପ୍ରବଳ କୃମି ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ବେଳେ ହର୍ପିସ୍ ରିପୋର୍ଟକୁ ବନ ବିଭାଗ ଅପେକ୍ଷା କରିଛି । Advertisement
ରାସ୍ତା କଡରୁ ନାଲକୋ ଠିକା କର୍ମଚାରୀଙ୍କ ମୃତଦେହ ଉଦ୍ଧାର – ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCI ର ଚର୍ଚ୍ଚ ନିକଟରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଲୁହା ରଡରେ ମାଡ ମାରି ନାଲକୋର…
ଚଣାଗଛ ପାଇଁ ଜଳିଗଲା ଚଳନ୍ତା କାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ଶୁଖା ଯାଇଥିବା ଚଣା ଗଛ ଲାଗି ଏକ…
ଅଙ୍ଗନୱାଡି ଚାଉଳ ହେରଫେର – ଏଜେଣ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଙ୍ଗନୱାଡି ଚାଉଳ ହେରଫେର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ଦୁଇ ଜଣ…