ମୁଖ୍ୟ ଖବର ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ୍ Angul OnlineOctober 18, 2024October 18, 2024 ଅନୁଗୁଳ – ଅନୁଗୁଳ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ମିଳିଛି । ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଭେଇକିଲ୍ ଦିଆଯାଇଛି । ଜୀବଜନ୍ତୁଙ୍କ ସୁରକ୍ଷାରେ ଏହି ପାଟ୍ରୋଲିଂ ଭ୍ୟାନ ନିୟୋଜିତ ହେବ । ଏହି ପାଟ୍ରୋଲିଂ ଭ୍ୟାନରେ ଜିପିଏସ ନାଭିଗେସନ ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଭ୍ୟାନ୍ର ଶୁଭାରମ୍ଭ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କରିଛନ୍ତି । ଆଗାମୀ ଦିନରେ ସମ୍ବଲପୁର ଡେବ୍ରିଗଡ଼ ଅଭୟରଣ୍ୟରେ ମଧ୍ୟ ଏଭଳି ଅତ୍ୟାଧୁନିକ ପେଟ୍ରୋଲିଂ ଭ୍ୟାନ୍ ଯୋଗାଇ ଦେବାନେଇ ନେଇ ବିଚାର ବମର୍ଷ ଚାଲିଛି । ଏନଟିସିଏର ଟାଇଗର ରିକଭରି ପ୍ଲାନ ଅନୁସାରେ ୧୨ରୁ ୧୬ଟି ବାଘ ଆଣିବାକୁ ଯୋଜନା ହୋଇଛି । ଏନେଇ ବୈଷୟିକ ଅନୁମୋଦନ ସରିଛି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈବାଘ ଅଣାଯାଇ ବଂଶ ବିସ୍ତାର ପାଇଁ ଯୋଜନା କରାଯାଇଛି । ଏ ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହମତି ଲୋଡ଼ାଯିବ । Advertisement
ପୋଖରୀରେ ବୁଡି ଦୁଇ ନାବାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁ ମଠ ପୋଖରୀରେ ବୁଡି ଦୁଇଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଦୁଇଜଣ ହେଲେ…
ଅନୁଗୁଳର ଦେବାଶିଷଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବୀର ସହିଦ ଦେବାଶିଷ ସେଠୀଙ୍କୁ ମିଳିବ ବୀର ଶୌର୍ଯ୍ୟ ଚକ୍ର ସମ୍ମାନ । ୨୦୨୦ ମସିହା ସେପ୍ଟେମ୍ବର ୧୦ ତାରିଖ ଦିନ…
ମହିଳାଙ୍କୁ ଜାଳି ମାରିଦେବା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ସମ୍ବଲପୁର ଜିଲ୍ଲା ଶାସନସାହି ଥାନା ଶୋଡ଼ସିଂହା ଗାଁରେ ୨୦୧୫ ମସିହା ଜୁଲାଇ ୨୫ ତାରିଖରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଘର ଭିତରେ…