ମୁଖ୍ୟ ଖବର ସ୍କୁଟି-ବୁଲେଟ ଧକ୍କା – ଜଣେ ମୃତ Angul OnlineAugust 25, 2023August 25, 2023 ଅନୁଗୁଳ – ଅନୁଗୁଳ ସହରର ନରାୟଣ ସାଗର ସମ୍ମୁଖ ହେଲଥ କରିଡର ରାସ୍ତାରେ ସ୍କୁଟି-ବୁଲେଟ ମଧ୍ୟରେ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଖଲାରୀ ଗ୍ରାମର ହେମନ୍ତ ସାହୁ । ସୂଚନା ଅନୁସାରେ, ସହରର ଏକ ଡ୍ରେସ ଦୋକାନରେ କାମ କରୁଥିବା ହେମନ୍ତ ଶୁକ୍ରବାର ସକାଳେ ଡ୍ରେସ ଦୋକାନକୁ ନିଜ ସ୍କୁଟିରେ ଆସୁଥିଲେ । ନାରାୟଣ ସାଗର ସମ୍ମୁଖରେ ସାମ୍ନାରୁ ଆସୁଥିବା ଏକ ବୁଲେଟ୍ ତାଙ୍କୁ ଧକ୍କା ଦେଇଥିଲା । ହେମନ୍ତ ରାସ୍ତା ଉପରେ ଛିଟିକି ହୋଇ ପଡ଼ି ଯାଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଗୁରୁତର ହେମନ୍ତଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । କଟକ ନେବା ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏପଟେ ବୁଲେଟ୍ ଆରୋହୀଙ୍କ ମୁଣ୍ଡ ପାଟିଥିବା ବେଳେ ସେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିସ୍ଥିତ ଦେଉଛନ୍ତି । Advertisement
୧୫ ଏୟୁସିସିବି ନିର୍ଦ୍ଦେଶକ ପଦ ନିର୍ବାଚନ ୪୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ( ଏୟୁସିସିବି ) ନିର୍ଦ୍ଦେଶକ ପଦ ପାଇଁ ଆସନ୍ତା ୩୦ ତାରିଖରେ ନିର୍ବାଚନ ହେବାକୁ ଅଛି ।…
ଗଞ୍ଜା ଲଢେଇ କରି ତିନି ଗିରଫ ଅନୁଗୁଳ – ଗଞ୍ଜା ଲଢେଇ ବେଳେ ପୁଲିସ ଚଢାଉ କରି ଗଞ୍ଜା ଓ ବୋଦା ଓ ବାଜିରେ ଲାଗିଥିବା ଟଙ୍କା ଜବତ କରିବା ସହ ତିନି ଜନଙ୍କଉ…
ଗତିଶୀଳ ଆଲୋକ କଣ !!! ଅନୁଗୁଳ – ଆଜି ସନ୍ଧ୍ୟା ସମୟରେ ଓଡ଼ିଶା ଆକାଶରେ ଏକ ଧୂମକେତୁ ସଦୃଶ ଗତିଶୀଳ ଆଲୋକ ଦୃଶ୍ୟମାନ ହୋଇଥିଲା । ଯାହାକୁ ନେଇ ଲୋକମାନଙ୍କ ମନରେ ବିଭିନ୍ନ…