ଅପରାଧ ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ Angul OnlineJanuary 12, 2024January 12, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ସକାଳ ୯ ଟା ବେଳେ ଏକ ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ କରଡ଼ାଗାଡ଼ିଆ ଗାଁର ୪୬ ବର୍ଷୀୟ ଅଲେଖ ଦାସ । ସୂଚନା ଅନୁସାରେ ଅଲେଖ ଓଡ଼ି୧୯ କ୍ୟୁ ୨୧୫୦ ରେଜିଷ୍ଟ୍ରେସନ ନମ୍ବର ଥିବା ଏକ ସ୍କୁଟିରେ ବ୍ରାଉନସୁଗାର ନେଇ ବିକ୍ରି କରିବାକୁ ଯାଉଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ସୂଚନା ପାଇ ଅବକାରୀ ବିଭାଗର ପେଟ୍ରୋଲିଂ କରୁଥିବା ଗାଡି ଅଲେଖକୁ ଶିମିଳିପଡା ନିକଟରେ ଅଟକାଇ ଜାଞ୍ଚ କରିଥିଲା । ଜାଞ୍ଚ ବେଳେ ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ । ଅବକାରୀ ବିଭାଗ ସ୍କୁଟିକୁ ଜବତ କରିବା ସହ ଆଲେଖକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଓକିଲ ପରିଚୟ ଦେଇ ମହିଳାଙ୍କ ଠାରୁ ଟଙ୍କା ଠକେଇ ଅନୁଗୁଳ – କେସ ବାବଦକୁ ଟଙ୍କା ମିଳିବ କହି ଟଙ୍କା ଓ କାଗଜପତ୍ର ଠକି ନେଲା ନକଲି ଓକିଲ । ଆଉ ଠକାମିର ଶିକାର ହୋଇଥିବା ଜାଣିବା…
ଜମିବାଡ଼ି ବିବାଦକୁ ନେଇ ପଡୋଶୀଙ୍କୁ ପିଟିପିଟି ହତ୍ୟା ଅନୁଗୋଳ – ଅନୁଗୋଳ ସଦର ଥାନା ଛେଳିଆପଡ଼ା ଗାଁରେ ଆଜି ଜମିବାଡ଼ିକୁ ନେଇ ଥିବା ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି ।…
ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ – ମାଡି ବସିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର ପୁଲିସକୁ ମିଳିଛି ଏକ ବଡ ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାକୁ ଧରିବାରେ…