ଅପରାଧ ଲଜ୍ୟା – ସ୍ତ୍ରୀ ସମ୍ମୁଖରେ ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ ଅଭିଯୋଗ Angul OnlineSeptember 11, 2021September 11, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ନିଜ ସ୍ତ୍ରୀ ସମ୍ମୁଖରେ ଜଣେ ବ୍ୟକ୍ତି ତାର ସମ୍ପର୍କୀୟ ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ବାରଣ କରିବାରୁ ସ୍ତ୍ରୀକୁ ନିର୍ଧୁମ ବଡେଇ ଥିବା ଜଣା ପଡିଛି । ସ୍ୱମୀ ପ୍ରକାଶ ମୁଣ୍ଡା । ଆଠମଲ୍ଲିକ N A C ଅନ୍ତର୍ଗତ ଫକୀରପୋଡା ଜଙ୍ଗଲରେ ଏହି ଘଟଣା ଘଟିଛି । ଆଠମଲ୍ଲିକ ଥାନା ହରିହରପୁର ଗ୍ରାମର ପ୍ରକାଶ ମୁଣ୍ଡା ନାମକ ଜଣେ ବ୍ୟକ୍ତିନାକ ଗତ ବର୍ଷ ଘର ପୋଡିଯିବାରୁ ଆଠମଲ୍ଲିକ NAC ଅଞ୍ଚଳର ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଥିଲେ । ପରେ କିଛି ମାସ ପରେ ପ୍ରକାଶ ମୁଣ୍ଡା ନିଜ ଗାଁ ହରିହରପୁରକୁ ଫେରି ଯାଇଥିଲା । ହେଲେ ଏହାରି ଭିତରେ ଉଭୟ ପରିବାର ସମ୍ପର୍କ ବଢି ଯାଇଥିଲା । ତେବେ ଗତ ଶୁକ୍ରବାର ଆଶ୍ରୟ ଦେଇଥିବା ମହିଳାଙ୍କ ନାବାଳିକା ଝିଅ , ପ୍ରକାଶ ମୁଣ୍ଡାଙ୍କ ଘରକୁ ବୁଲି ଯାଇଥିଲେ । ପରେ ପ୍ରକାଶ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଉକ୍ତ ନାବାଳିକାଙ୍କୁ ଆଠମଲ୍ଲିକ ଛାଡିବାକୁ ଆସୁଥିଲେ । ବାଟରେ ଫକୀରପୋଡା ଜଙ୍ଗଲରେ ପ୍ରକାଶ ନିଜ ସ୍ତ୍ରୀ ସମ୍ମୁଖରେ ପିଡିତାକୁ ଜଙ୍ଗଲ ଭିତରକୁ ନେଇ ଯାଇ ଦୁଷ୍କର୍ମ କରିଥିଲା । ଏଭଳି କରିବାକୁ ବାରଣ କରିବାରୁ ପ୍ରକାଶ ସ୍ତ୍ରୀକୁ ,ମଧ୍ୟ ମାଡ ମାରିଥିଲା । ଏବଂ ପରେ ପିଡିତାକୁ ତାଙ୍କ ଗାଁ ନିକଟରେ ଛାଡି ଚାଲି ଯାଇଥିଲା । ଏ ନେଇ ପିଡିତା ନିଜ ମାଙ୍କୁ ଜଣାଇବା ପରେ ଆଜି ଏନେଇ ଆଠମଲ୍ଲିକ ଥାନାରେ ଅଭିଯୋଗ କରା ଯାଇଥିଲା । ଅଭିଯୋଗ ପାଇବା ପରେ ଆଠମଲ୍ଲିକ ପୁଲିସ ପ୍ରକାଶ ମୁଣ୍ଡାକୁ ଅଟକ ରଖିଥିବା ଜଣା ପଡିଛି । Advertisement
ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା-ଗିରଫ ହେଲା ପିଶାଚ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପୀଢ଼ଖମଣ ଗାଁର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ…
ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା…
ଅଶାନ୍ତ ଅନୁଗୁଳ – ପୁଣି ଗୁଳି ମାଡରେ ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡରେ ଶଳା ଭେଣେଇ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା…