
ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର କରଡାବାହାଳି ଠାରେ ବୁଧବାର ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ଅନୁଗୁଳ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ନୟନୀ କୋଲବ୍ଲକରେ ମେସର୍ସ ଦି ‘ସିଙ୍ଗେରେନୀ’ କମ୍ପାନୀକୁ କୋଇଲା ଖନନ ନିମନ୍ତେ ୯୧୨.୭୯୯ ହେକ୍ଟର(୨୨୫୫.୫୦ ଏକର) ଜାଗା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ଏହି କୋଇଲା ଖଣି ନିମନ୍ତେ ବୁଧବାର ଜନଶୁଣାଣି ପୂର୍ବାହ୍ନ ୧୧ଟା ବେଳେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି । ଅନୁଗୁଳ ପ୍ରଦୂଷଣ ବିଭାଗର ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକ ଓ ଅନୁଗୁଳ ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇ ଶୁଣାଣି କରିଥିଲେ । ଏହି ଜନଶୁଣାଣୀରେ ନୟନୀ କୋଲବ୍ଲକ ଅଧିନରେ ଯାଉଥିବା କାରଡାବାହାଳ, ଥଳିପଶି, ବିମ୍ବାଧରପୁର, ବ୍ରାହ୍ମଣବିଲ ମୈାଜା, ଛେଣ୍ଡିପଦା ଆଦି ଗ୍ରାମର କ୍ଷତି ଗ୍ରସ୍ତ ଶତାଧିକ ପ୍ରଜା ମାନେ ଯୋଗ ଦେଇଥିଲେ । ଏହି ଜନଶୁଣାଣିରେ କରଡାବାହାଳି ଓ ଥଳିପଶି ଗ୍ରାମର ଜମି ଯାଉଥିବା ଓ ନଯାଉଥିବା ସମସ୍ତ କ୍ଷତି ଗ୍ରସ୍ତ ପ୍ରଜା ମାନଙ୍କୁ ସ୍ଥାୟୀ ନିଯୁକ୍ତି , କମ୍ପାନି କାର୍ଯ୍ୟ ବେଳେ ଠିକା କାର୍ଯ୍ୟ ଗୁଡିକୁ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ଦିଆଯାଉ । ନୟନି କୋଲ ବ୍ଲକ ଅଞ୍ଚଳରେ କ୍ଷତି ଗ୍ରସ୍ତ ହେଉଥିବା ସଂରକ୍ଷିତ ଜଙ୍ଗଲ ,ଗୋଚର .ଶଶ୍ମାନ ଓ ଜଳାଶୟ ଆଦି ଦୁଇଗୁଣ ଜମି ବୃକ୍ଷ ରୋପଣ କରିବା ସହିତ ଏକକ ସ୍ଥାନରେ ଦିଆଯାଉ ଏବଂ ୫୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ଭିନ୍ନକ୍ଷମ ପୁରୁଷ ଓ ମହିଳା ମାନଙ୍କୁ ମାସିକ ଭତା ଅନ୍ୟୁନ ୧୦ହଜାର ,ମାଗଣା ସ୍ୱାସ୍ଥ୍ୟ ସେବା ,ଶିକ୍ଷାର ଉନ୍ନତି ପାଇଁ ଇଂଗ୍ରାଜି ମିଡିୟମ ବିଦ୍ୟାଳୟ ବ୍ୟବସ୍ଥା ,ଉନ୍ନତ ମାନର ପାନୀୟ ଜଳ ବ୍ୟବସ୍ଥା ,ସମସ୍ତ ମନ୍ଦିରର ଉନ୍ନତି କରଣ ,ରାସ୍ଥାର ଉନ୍ନତି କରଣ ଓ ଆଲୋକି କରଣ ଆଦି ଜନ କଲ୍ୟାଣ ଯୋଜନା କରିବା ସହିତ ସିଙ୍ଗାରେନି କୋଇଲାଖଣିକୁ ମା ରକ୍ତ ମାଉଲି କୋଇଲା ଖଣୀ ନାମରେ ନାମିତ କରାଯାଉ ବୋଲି ଅଭିଯୋଗରେ ଜଣାଇଥିଲେ ।


