ସ୍ୱାସ୍ଥ୍ୟ ଅନୁଗୁଳରୁ ରାଜ୍ୟର ୬ ପ୍ରତିଶତ ସକ୍ରୀୟ ଆକ୍ରାନ୍ତ Angul OnlineMay 26, 2021May 26, 2021 ଅନୁଗୁଳ – ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବୁଧବାର ସୁଦ୍ଧା ୯୯ହଜାର ୭୩୮ଜଣଙ୍କ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏଥିରୁ କେବଳ ଅନୁଗୁଳ ଜିଲାରୁ ୬.୩୬ପ୍ରତିଶତ ଅର୍ଥାତ ୬ ହଜାର ୩୪୭ ଜଣ । ବିଭିନ୍ନ କୋଭିଡ ହସପିଟାଲ ଏବଂ ଚିକିତ୍ସା କେନ୍ଦ୍ରରେ ଏହି ଆକ୍ରାନ୍ତମାନଙ୍କ ଚିକିତ୍ସା ଚାଲିଛି । କେବଳ ଏତିକି ନୁହଁ, ରାଜ୍ୟରେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଅନୁଗୁଳ ଜିଲାର ସ୍ଥିତି ହେଉଛି ଚତୁର୍ଥ । ପ୍ରଥମ ସ୍ଥାନରେ ଥିବା ଖୋର୍ଦ୍ଧା ଜିଲାରେ ୧୪ହଜାର ୮୫ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା କଟକରେ ୮ ହଜାର ୯୩୦ ଏବଂ ତୃତୀୟ ସ୍ଥାନରେ ଥିବା ସୁନ୍ଦରଗଡ଼ ଜିଲାରେ ୬ ହଜାର ୭୨୬ ଜଣଙ୍କ ଚିକିତ୍ସା ଚାଲିଛି । Advertisement
ଷ୍ଟେସନ ଠାରେ ରେଳରେ ହେବ ଚିକିତ୍ସା – ଲାଇଫ ଲାଇନ ଏକ୍ସପ୍ରେସରେ ସ୍ୱତନ୍ତ୍ର ଓ ଅତ୍ୟାଧୁନିକ ବ୍ୟବସ୍ଥା ଅନୁଗୁଳ – ଅନୁଗୁଳ ରେଳ ଷ୍ଟେଶନରେ ପ୍ରଥମ ଥର ପାଇଁ ହସ୍ପିପିଟାଲ ଇନ୍ ଟ୍ରେନ ଲାଗିଛି । ଏହା ୧୫ ଦିନ ପର୍ଯ୍ୟନ୍ତ ଷ୍ଟେଶନ୍ରେ ରହି ରୋଗୀଙ୍କୁ…
୧୮ ବର୍ଷରୁ ଊର୍ଦ୍ଧ୍ଵଙ୍କୁ ଟୀକାକରଣ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ପ୍ରାୟ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବିଭିନ୍ନ…
ଜିଲ୍ଲା ପାଇଁ ୨୬ ଜଣ ଡାକ୍ତରଙ୍କୁ ନିଯୁକ୍ତି ଅନୁଗୁଳ – ରାଜ୍ୟ ସରକାର ୭୫୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଅନ ଲାଇନ କାଉନସିଲ ମାଧ୍ୟମରେ ସେମାନଙ୍କ ନିଯୁକ୍ତି ସ୍ଥାନ ଗୁଡିକି ସ୍ଥିର…