ମୁଖ୍ୟ ଖବର ନାଳରୁ ନରକଙ୍କାଳ ଉଦ୍ଧାର Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଭୋକିଲାପାଳ ନିକଟରେ ଥିବା ବଉଳିନାଳ ନିକଟରୁ ଆଜି ଏକ ନର କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହି କଙ୍କାଳଟି ଗତ ୧୩ ତାରିଖରେ ନାଳରେ ଭାସି ଯାଇଥିବା ବାଘୁଆପାଟ ଗ୍ରାମର ନରେଶ ଗୋଛୟତଙ୍କର ବୋଲି ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ମଧୁପୁର ଗାଁର ପ୍ରଶାନ୍ତ ପ୍ରଧାନଙ୍କ ପାଖରେ ରହି ୬ ମାସ ହେଲା ବାଘୁଆପାଟ ଗ୍ରାମର ନରେଶ ଗୋଛୟତ ମଇଁଷି ଚରାଉଥିଲେ । ଗତ ୧୩ ତାରିଖରେ ସେ ମଇଁଷି ଚରାଇ ଫେରୁଥିବା ବେଳେ ଏହି ନାଳରେ ଭାସିଯାଇଥିଲେ । ଗାଁ ଲୋକ ତାଙ୍କୁ ଏହି ନାଳରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରେ ଅନୁଗୁଳ ଦମକଳ ବାହିନୀ ଦୁଇଦିନ ଧରି ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳି ନଥିଲା । ଫଳରେ ମାଲିକ ପ୍ରଶାନ୍ତ ପ୍ରଧାନ ଏନେଇ ୧୪ ତାରିଖରେ ବନ୍ତଳା ଥାନାରେ ନରେଶଙ୍କ ନିଖୋଜ ସମ୍ପର୍କରେ ବନ୍ତଳା ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ଭୋକିଲାପାଳ ଦେଇ ବୋହିଯାଉଥିବା ବଉଳିନାଳ ନିକଟ ବୁଦା ମୂଳରେ ଏକ ନର କଙ୍କାଳ ଠାବ ହୋଇଥିଲା । ଏହା ନରେଶଙ୍କର ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରିଥିଲେ । ଲୋକ ପୁଲିସକୁ ଏ ନେଇ ଖବର ଦେଇଥିଲେ ମଧ୍ୟ ଆଜି ପୁଲିସ ଯାଇ ନଥିବା ବେଳେ ଆସନ୍ତା କାଲି ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବ ବୋଲି ଜଣା ପଡିଛି । Advertisement
ଟ୍ରକ ଧକ୍କାରେ ଉଦୀୟମାନ କ୍ରିକେଟ ଖେଳାଳି ମୃତ ଅନୁଗୁଳ – ଅନୁଗୁଳ ଥାନା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଉଦୀୟମାନ କ୍ରିକେଟ ଖେଳାଳି ତଥା ଛାତ୍ରଙ୍କରର ମୃତ୍ୟୁ ହୋଇଛି । ସୁଚନା ଅନୁସାରେ…
ଋଣ ସୁଝି ପାରିଲେ ନାହିଁ – ହାତ ବାନ୍ଧି ଚପଲ ପିନ୍ଧାଇଲେ ମହିଳା – ଭିଡିଓ ଭାଇରାଲ ଅନୁଗୁଳ – ଋଣ ସୁଝି ନ ପାରିବାରୁ ଜଣେ ମହିଳାଙ୍କୁ ଗାଁରେ ବୈଠକ କରାଯାଇ ବେକରେ ଚପଲ ମାଳ ପକାଇ ବୁଲାଇବା ପରି ଏକ ଅଭାବନୀୟ ଘଟଣା…
ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା ତାଳଚେର – ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା । ବିଭିନ୍ନ ଦାବିନେଇ ଆସନ୍ତା ୧୦ ତାରିଖ ଠାରୁ ସମସ୍ତ କୋଇଲା ଖଣିରୁ ଟ୍ରକ…