ମୁଖ୍ୟ ଖବର ନାଳରୁ ନରକଙ୍କାଳ ଉଦ୍ଧାର Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଭୋକିଲାପାଳ ନିକଟରେ ଥିବା ବଉଳିନାଳ ନିକଟରୁ ଆଜି ଏକ ନର କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହି କଙ୍କାଳଟି ଗତ ୧୩ ତାରିଖରେ ନାଳରେ ଭାସି ଯାଇଥିବା ବାଘୁଆପାଟ ଗ୍ରାମର ନରେଶ ଗୋଛୟତଙ୍କର ବୋଲି ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ମଧୁପୁର ଗାଁର ପ୍ରଶାନ୍ତ ପ୍ରଧାନଙ୍କ ପାଖରେ ରହି ୬ ମାସ ହେଲା ବାଘୁଆପାଟ ଗ୍ରାମର ନରେଶ ଗୋଛୟତ ମଇଁଷି ଚରାଉଥିଲେ । ଗତ ୧୩ ତାରିଖରେ ସେ ମଇଁଷି ଚରାଇ ଫେରୁଥିବା ବେଳେ ଏହି ନାଳରେ ଭାସିଯାଇଥିଲେ । ଗାଁ ଲୋକ ତାଙ୍କୁ ଏହି ନାଳରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରେ ଅନୁଗୁଳ ଦମକଳ ବାହିନୀ ଦୁଇଦିନ ଧରି ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳି ନଥିଲା । ଫଳରେ ମାଲିକ ପ୍ରଶାନ୍ତ ପ୍ରଧାନ ଏନେଇ ୧୪ ତାରିଖରେ ବନ୍ତଳା ଥାନାରେ ନରେଶଙ୍କ ନିଖୋଜ ସମ୍ପର୍କରେ ବନ୍ତଳା ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ଭୋକିଲାପାଳ ଦେଇ ବୋହିଯାଉଥିବା ବଉଳିନାଳ ନିକଟ ବୁଦା ମୂଳରେ ଏକ ନର କଙ୍କାଳ ଠାବ ହୋଇଥିଲା । ଏହା ନରେଶଙ୍କର ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରିଥିଲେ । ଲୋକ ପୁଲିସକୁ ଏ ନେଇ ଖବର ଦେଇଥିଲେ ମଧ୍ୟ ଆଜି ପୁଲିସ ଯାଇ ନଥିବା ବେଳେ ଆସନ୍ତା କାଲି ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବ ବୋଲି ଜଣା ପଡିଛି । Advertisement
ଟ୍ରକ ଧକ୍କାରେ ବୃଦ୍ଧା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମ ପଞ୍ଚାୟତ ରଙ୍କାସିଙ୍ଗା ଗ୍ରାମରେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ…
ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ ଅନୁଗୁଳ – ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ…
ଡିଜେ ସାଉଣ୍ଡ ଉପରେ କଟକଣା ଲଗାଇଲା ପ୍ରଶାସନ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ଉପଖଣ୍ଡରେ ଡିଜେ ସାଉଣ୍ଡ ଉପରେ ପ୍ରଶାସନ କଟକଣା ଲଗାଇଛି । ଏହା ସହ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉପଖଣ୍ଡସ୍ତରୀୟ…