ଅପରାଧ ମା’କୁ ପିଟିପିଟି ହତ୍ୟା କଲା ସଇତାନ ପୁଅ Angul OnlineNovember 24, 2024November 24, 2024 ଅନୁଗୁଳ – ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା ପୁଅ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ସକାଳ ସମୟରେ ସୁସୁଡା ଗ୍ରାମର ସୁଧାକର ନାଏକ ଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ (୭୦)କୁ ପିଟି ପିଟି ହତ୍ୟା କରିଥିଲା । ଏ ଖବର୍ ଗାଁ ଲୋକ ଜାଣିବା ପରେ ପୁଲିସ କୁ ଖବର ଦେଇଥିଲେ । ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ବ କରିବା ସହ ମା କୁ ହତ୍ୟା କରିଥିବା ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି । ତେବେ କାହିଁକି ଏଭଳି ହତ୍ୟାକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି । ଅନେକ ସମୟରେ ସେ ଏଭଳି ମା କୁ ମାଡ଼ ମାରିଥାଏ , ଆଉ ଆଜି ମଧ୍ୟ ମଦ ପିଇ ମାଙ୍କ ଝଗଡା କରିଥିଲା ବୋଲି ପଡୋଶୀ ମାନେ ସୂଚନା ଦେଇଛନ୍ତି । Advertisement
ବିଧବା ମହିଳା ସହ ପ୍ରେମିକ ହଟହଟା ଅନୁଗୋଳ – ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ବିଧବା ମହିଳା ଓ ପ୍ରେମିକ । ବିଧବା ମହିଳା…
ନକଲି ତେଲ ପରେ ନକଲି ଅଟା ଓ ହଳଦୀ ଜବତ – ଜଣେ ଗିରଫ ଅନୁଗୁଳ – ଗତ ୨ ଦିନ ତଳେ ଅନୁଗୁଳ ଜିଲ୍ଲା ପଞ୍ଚମହଲା ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଉପରେ ପୋଲିସ ଚଢାଉ କରି…
ଧାନ ଚୋର କରିବାକୁ ଯାଇ ଖୁଣ୍ଟରେ ବନ୍ଧା ହେଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲରୁ ଧାନ ବସ୍ତା ଚୋରି କରିବା ବେଳେ ଯୁବକ ଧରା ପଡ଼ିବା ପରେ ତାଙ୍କୁ…