ଭଲ ଖବର ସହିଦ ଦେବାଶିଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡାଠାରେ ସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି । ଏ ଅବସରରେ ସ୍ଥାନୀୟ ବିଧାୟକ ରମେଶ ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସ୍ପି ଜଗମୋହନ ମୀନା ମଧ୍ୟ ଉପସ୍ଥିତ ଥିଲେ । ଏହ ସହ ଅନେକ ଲୋକ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଜିଲ୍ଲାପାଳ ସହିଦ ଦେବାଶିଷଙ୍କ ବଳିଦାନ ଏବଂ ତ୍ୟାଗର ପଟାନ୍ତର ନାହିଁ ବୋଲି ପ୍ରକାଶ କରିଥିଲେ । ଦେଶ ପାଇଁ ମାଓବାଦୀଙ୍କ ସହ ଲଢେଇ କରି ଜୀବନ ଦେଇଥିବା ବେଳେ ତାଙ୍କ ଭଳି ସନ୍ତାନଙ୍କୁ ଜନ୍ମ ଦେଇଥିବା ମାଲା-ପିତାଙ୍କ ନିକଟରେ ଦେଶ ଋଣି ହୋଇ ରହିବା ବୋଲି ଏହି ଅବସରରେ ଅତିଥି ମାନେ କହିଥିବା ବେଳେ ମା ଛାୟା ସେଠୀ ଓ ବାପା ସତ୍ୟାନନ୍ଦ ସେଠୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଦେବାଶିଷଙ୍କ ଘର ଅଙ୍ଗପଡ଼ା ଗାଁରେ । ସେ ପପୁଲିସ କମାଣ୍ଡୋ ଭାବେ କଳାହାଣ୍ଡିର ସିର୍କୀ ଅଞ୍ଚଳରେ ମାଓବାଦୀଙ୍କ ସହ ମୁକାବିଲା କରି ପାଞ୍ଚ ଜଣଙ୍କୁ ନିପାତ କରିବା ପରେ ସହିଦ ହୋଇ ଯାଇଥିଲେ । ଭାରତ ସରକାର ଦେବାଶିଷଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରିବେ । Advertisement
କର୍ମଚାରୀ ଅଭାବରୁ ପଡ଼ିରହିଲା ସଂକ୍ରମିତଙ୍କ ଶବ – ବୋହିଲେ ଛାତ୍ର ବିଜେଡି କର୍ମକର୍ତ୍ତା ତାଳଚେର – ଜୀବନ ନେବାରେ ଲାଗିଛି ମହାମାରୀ । ଅକାଳରେ ଝଡ଼ିପଡୁଛି ବହୁ ମୂଲ୍ୟବାନ ଜୀବନ। ଅନେକ ପରିବାରକୁ ଛାରଖାର କରିଦେଉଛି ଅଦୃଶ୍ୟ ଭୂତାଣୁ । ଏପରି…
ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ହାସଲ କଲେ କିନ୍ନର ଚିନ୍ମୟୀ ଅନୁଗୁଳ – ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ହାସଲ କଲେ କିନ୍ନର ଚିନ୍ମୟୀ । ଅପରିଚିତ ଲୋକଙ୍କ ମୃତଦେହ ସଂସ୍କାର କରିଥିବା ସମାଜସେବୀ ଚିନ୍ମୟୀଙ୍କୁ…
ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଭୂମି ସମ୍ମାନ ଅନୁଗୋଳ – ଅନୁଗୋଳ ଜିଲ୍ଲାକୁ ମିଳିଛି ଭୂମି ସମ୍ମାନ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜମିଜମା…