ଭଲ ଖବର ସହିଦ ଦେବାଶିଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡାଠାରେ ସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି । ଏ ଅବସରରେ ସ୍ଥାନୀୟ ବିଧାୟକ ରମେଶ ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସ୍ପି ଜଗମୋହନ ମୀନା ମଧ୍ୟ ଉପସ୍ଥିତ ଥିଲେ । ଏହ ସହ ଅନେକ ଲୋକ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଜିଲ୍ଲାପାଳ ସହିଦ ଦେବାଶିଷଙ୍କ ବଳିଦାନ ଏବଂ ତ୍ୟାଗର ପଟାନ୍ତର ନାହିଁ ବୋଲି ପ୍ରକାଶ କରିଥିଲେ । ଦେଶ ପାଇଁ ମାଓବାଦୀଙ୍କ ସହ ଲଢେଇ କରି ଜୀବନ ଦେଇଥିବା ବେଳେ ତାଙ୍କ ଭଳି ସନ୍ତାନଙ୍କୁ ଜନ୍ମ ଦେଇଥିବା ମାଲା-ପିତାଙ୍କ ନିକଟରେ ଦେଶ ଋଣି ହୋଇ ରହିବା ବୋଲି ଏହି ଅବସରରେ ଅତିଥି ମାନେ କହିଥିବା ବେଳେ ମା ଛାୟା ସେଠୀ ଓ ବାପା ସତ୍ୟାନନ୍ଦ ସେଠୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଦେବାଶିଷଙ୍କ ଘର ଅଙ୍ଗପଡ଼ା ଗାଁରେ । ସେ ପପୁଲିସ କମାଣ୍ଡୋ ଭାବେ କଳାହାଣ୍ଡିର ସିର୍କୀ ଅଞ୍ଚଳରେ ମାଓବାଦୀଙ୍କ ସହ ମୁକାବିଲା କରି ପାଞ୍ଚ ଜଣଙ୍କୁ ନିପାତ କରିବା ପରେ ସହିଦ ହୋଇ ଯାଇଥିଲେ । ଭାରତ ସରକାର ଦେବାଶିଷଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରିବେ । Advertisement
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…
୩୦ ବର୍ଷର ରେକର୍ଡ ଭାଙ୍ଗିଲା – ସାତକୋଶିଆରେ ଅଣ୍ଡାରୁ ଫୁଟି ବାହାରିଲେ ୨୮ ଘଡ଼ିଆଳ ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷର ରେକର୍ଡ ଭାଙ୍ଗି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ…
ଯକ୍ଷ୍ମାମୁକ୍ତ ଭାରତର ନୂଆ ଦିଗନ୍ଧ – ନୟନା ଅନୁଗୁଳ – ନାଁ ତାଙ୍କର ନୟନା ସାହୁ, ଜଣେ ଆଶା କର୍ମୀ । ଯକ୍ଷ୍ମା ରୋଗ ପାଇଁ କାମ କରି ଏବେ ପ୍ରସଂସିତ । ଅଞ୍ଚଳରେ ଅନେକ…