ଅପରାଧ ଚୋରି ମୋଟର ଉଦ୍ଧାର – ଧରା ପଡିଲେ ୫ ଜଣିଆ ଗ୍ୟାଙ୍ଗ Angul OnlineMarch 3, 2022March 3, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ମଞ୍ଜରି ଏଣ୍ଟରପ୍ରାଇଜେସରୁ ଗତ ୨୪ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ପାଣି ପମ୍ପ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା । ତେବେ ଅନୁଗୁଳ ପୁଲିସ ଏହି ଚୋରିର ପର୍ଦାଫାସ କରିବା ସହ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟମାନେ ହେଲେ ଛେଣ୍ଡିପଦା ଥାନା କମ୍ପସଲା ଗାଁର ଜିତୁ ଦେହୁରି , କମ୍ପସଲା ଗାଁର ଚିନ୍ମୟ ଦେହୁରି , ନୂଆପଡା ଗାଁର ସନାତନ ପାଣିଗ୍ରାହୀ ଓ ବନ୍ତଳା ଥାନା ବଲଙ୍ଗ ଗାଁର ବାବୁଲା ସାହୁ । ସୂଚନା ଅନୁସାରେ ଜିତୁ ସେହି ଦୋକାନରେ ପୂର୍ବରୁ କାମ କରୁଥିବା ବେଳେ ଏମାନେ ମିଳିତ ଭାବେ ଯୋଜନା କରି ନକଲି ଚାବି ତିଆରି କରିଥିଲେ । ଆଉ ଯୋଜନା ଅନୁସାରେ ବୁଧବାର ରାତିରେ ଚୋରି କରି ଫେରାର ହୋଇ ଯାଇଥିଲେ । ତଦନ୍ତ କରି ପୁଲିସ ଘଟଣା ସମ୍ପର୍କରେ ଜାଣି ଏମାନଙ୍କୁ ଗିରଫ କରିଛି । ଆଉ ଚୋରି ହୋଇଥିବା ୧୧ ଟି ପାଣି ପମ୍ପ ସମେତ ଚୋରିରେ ବ୍ୟବହାର କରିଥିବା ଏକ ସ୍ଵିଫ୍ଟ ଡିଜାୟାର କାରକୁ ଜବତ କରିଛି । Advertisement
ଡାଲି ବ୍ଯବସାୟକୁ ନେଇ ଖଣ୍ଡାରେ ଆକ୍ରମଣ – ବ୍ଯବସାୟୀ ଗୁରୁତର ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ବଣିଆବାହାଳରେ ଦୁର୍ବୃତ୍ତର ଖଣ୍ଡା ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଜଣଙ୍କ ହୁଲୁରିସିଂହା ଗ୍ରାମରେ ଭଡ଼ାରେ…
ମୋବାଇଲ ଚୋରୀ ଅଭିଯୋଗରେ ୩ କୋର୍ଟ ଚାଲାଣ ଅନୁଗୁଳ – ଅନୁଗୁଳ ଥାନା ହେମସୁରପଡ଼ା ଅଞ୍ଚଳରୁ ଦୁଇଟି ମୋବାଇଲ ଚୋରୀ ହୋଇଥିବା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…
ବ୍ରାଉନସୁଗାର୍ ଓ ଗଞ୍ଜେଇ ଜବତ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉ…