କବାଡ଼ି ଦୋକାନରୁ ଚୋରି ସାମଗ୍ରୀ ଜବତ – ଚାରି ଗିରଫ

ଅନୁଗୁଳ – ଅନୁଗୁଳ ସହରର ଏକ ହୋଟେଲରୁ ଚୋରି ଓ ବିଭିନ୍ନ  ଦୋକାନ ଏବଂ ଅଫିସରୁ ଏସି ପାଇପ କାଟି ଚୋରି କରିଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଅନୁଗୁଳ ପୁକିସ । ଏହା ସହ ଅନୁଗୁଳ ସହର ଶିମିଳିପଡ଼ା ଠାରେ ଥ‌ିବା କବାଡ଼ି ଦୋକାନ ଉପରେ ପୁଲିସ ଚଢ଼ାଉ କରିବା ସହ ଚୋରି ସାମଗ୍ରୀ ଜବତ କରିଛି । ଏଥିସହ ଘଟଣାରେ ସମ୍ପୂକୁ ୪ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଅଗଷ୍ଟ ମାସରେ ଏକ ଅନୁଗୁଳ ଶିକ୍ଷାକପଡା ଠାରେ ଥିବା ଏକ ହୋଟେଲରୁ ଗ୍ୟାସଚୁଲ୍ଲା, ୪ଟି ନୂଆ ସିଲଭର ହଣ୍ଡା, ଷ୍ଟିଲ ବାସନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ପଞ୍ଚମୁଖୀ ମାର୍କେଟସ୍ଥିତ ଏକ ଦୋକାନ ଏବଂ ଆଉ କିଛି ଦୋକାନର ଏସି ପାଇପ ବି ଚୋରି ହୋଇଥିଲା । ପୁଲିସ ଏହି ଘଟଣାର ତଦନ୍ତ କରି ଶିମିଳିପଡାର ଏକ କବାଡ଼ି ଦୋକାନ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସହରରୁ ଚୋରି ହୋଇଥିବା ବିଭିନ୍ନ ଚୋରି ସାମଗ୍ରୀ ମଧ୍ୟ ଜବତ କରିଥିଲା । ଏହା ସହ ଏହି ଚୋରିରେ ସମ୍ପୃକ୍ତ ଅମଲାପଡାର ସେଖ ଇସିଲାମ(୨୦), ସେଖ ମୁନା ଓରଫ କାଳିଆ (୨୫), ଶିମିଳିପଡାର ରିଙ୍କୁ ଓରଫ ଶୁଭ୍ରଜ୍ୟୋତି ଜେନା (୩୫) ଏବଂ କବାଡି ଦୋକାନୀ ବାବୁ ବେହେରା(୪୯)ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *