ଅପରାଧ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା – ୮ଜଣଙ୍କ ଆତ୍ମସମର୍ପଣ Angul OnlineJune 8, 2021June 8, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟାକରସିଙ୍ଗା ଗାଁର ଶ୍ରୀଧର ଦେହୁରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୂର୍ଣ୍ଣଛେଦ ପଡିଛି । ମଙ୍ଗଳବାର ଏହି ଘଟଣାରେ ୮ ଜଣ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ସହ ପୁରୁଣାକୋଟ ଥାନାରେ ଆସି ଆତ୍ମସମର୍ପଣ କରିଥିବା ପୁରୁଣାକୋଟ ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଜଗନ୍ନାଥପୁର ପଞ୍ଚାୟତ ଟାକରସିଙ୍ଗା ଗାଁର ଶ୍ରୀଧର ଦେହୁରୀଙ୍କର ଗତ ୨ ତାରିଖରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଶ୍ରୀଧରଙ୍କ ସାନ ଭାଇ ମୁଳିଆ ଦେହୁରୀ ଏ ନେଇ ପୁରୁଣାକୋଟ ଥାନାରେ ଏକ ହତ୍ୟା ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ପୁରୁଣାକୋଟ ପୁଲିସ ଏ ଦିଗରେ ତଦନ୍ତ ଆରମ୍ଭ କରିବା ସହ ଗାଁକୁ ଯାଇ ଛାନଭିନ ଆରମ୍ଭ କରିଥିଲା । ଗାଁରେ କିଛି ଲୋକ ଏକ ବାରହା ଛୁଆ ଜଙ୍ଗଲରୁ ପାଇ ଘରକୁ ଆଣିଥିଲେ । ଏହା ଦେଖି ସେହି ଗାଁର କିଛି ବ୍ୟକ୍ତି ଏହାକୁ ବିରୋଧ କରିବା ସହ ମାଡ଼ପିଟ ମଧ୍ୟ କରିଥିଲେ । ମାଡ଼ପିଟା କୁ ବିରୋଧ କରିବା ବେଳେ ଉକ୍ତ ବ୍ୟକ୍ତି ମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ ଶ୍ରୀଧର ଦେହୁରୀ । ଶ୍ରୀଧରଙ୍କୁ ଏହି ବ୍ୟକ୍ତି ମାନେ ନିର୍ଧୁମ ପିଟିବା ସହ ଜଗନ୍ନାଥପୁର ସ୍ଥିତ ବନବିଭାଗ ବିଟରେ ଅଟକ ରଖିଥିଲେ । ସେଠାରେ କିଛିଦିନ ତାଙ୍କୁ ରଖିବା ସହ ଶ୍ରୀଧର ଅସୁସ୍ଥ ହେବା କାରଣରୁ ୨ଟି ଅଟୋ ମାଧ୍ୟମରେ କରତପଟା ଆଣି ଚିକିତ୍ସା ମଧ୍ୟ କରିଥିଲେ । ଚିକିତ୍ସା କରିବା ପରେ ଶ୍ରୀଧରଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲେ ଏହି ବ୍ୟକ୍ତି ମାନେ । ତେବେ ପରଦିନ ଶ୍ରୀଧରଙ୍କୁ ମୃତ ଅବସ୍ଥାରେ ଘର ଅଗଣାରେ ପଡିଥିବା ତାଙ୍କ ଭାଇ ଦେଖିବାକୁ ପାଇଥିଲେ । ତେବେ ଉକ୍ତ ଘଟଣାରେ ପୁଲିସ ତଦନ୍ତ କରିବା ସହ ଗତ କିଛିଦିନ ହେବ ମୃତକ ଶ୍ରୀଧରଙ୍କ ଏକ ଭିଡିଓ ପ୍ରଘଟ ହେଉଥିଲା । ଯେଉଁଥିରେ ସେ ବନ ବିଭାଗର କିଛି ୱାଚର ତାଙ୍କୁ ମାଡ଼ ମାରିଥିବା ସେ କହୁଛନ୍ତି । ମଙ୍ଗଳବାର ପୁରୁଣାକୋଟ ଥାନାରେ ଟାକରସିଙ୍ଗା ଗାଁର ମଙ୍ଗୁଳୁ ପଧାନ , ନବ ପଧାନ , ସୁଶାନ୍ତ ପଧାନ , ପ୍ରଶାନ୍ତ ପଧାନ , ଜୟନ୍ତ ପଧାନ , କାଳିଆ ପଧାନ , ଜିତୁ ପଧାନ , ସନ୍ତୋଷ ପଧାନ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ତେବେ ମଙ୍ଗୁଳୁ ପଧାନ , ନବ ପଧାନ , ସୁଶାନ୍ତ ପଧାନ , ପ୍ରଶାନ୍ତ ପଧାନ, ସନ୍ତୋଷ ପଧାନ ବନ ବିଭାଗରେ ୱାଚର ଭାବେ କାମ କରୁଥିବା ଜଣାପଡିଛି । ସେହିପରି କାଳିଆ ଓ ଜିତୁ ଦୁହେଁ ଅଟୋ ଚାଳକ ହୋଇଥିବା ପୁଲିସ ସୂତ୍ରରୁ ଖବର ମିଳିଛି । ଏହି ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ କେଶରୀ ଜୟପୁରିଆ ସୂଚନା ଦେଇଛନ୍ତି । Advertisement
ଯୁବକକୁ ପିଟି ପିଟି ହତ୍ଯା ଅଭିଯୋଗ ଅନୁଗୁଳ – ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ । ମୃତ ଯୁବକ ଜଣଙ୍କ…
ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର…
ଜୁଆଆଡା ଉପରେ ପୁଲିସର ଚଢ଼ାଉ, ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିପଟା ମେଡିକାଲ ପଛପଟେ ଚଢ଼ାଉ କରି ଟଙ୍କା ସହିତ ୩ ଜଣ…