ଅନୁଗୁଳ – ତାଳଚେର ମେଡିକାଲ କଲେଜ୍ କୁ ବିଧିବଦ୍ଧ ଅନୁମୋଦନ ମିଳିଥିବାରୁ ଅନୁଗୁଳ ସ୍ବେଛାସେବୀ ମାନଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଅନୁଗୁଳ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଅନୁଗୁଳ ଜିଲ୍ଲାବାସୀ ଏବଂ ଛାତ୍ରଛାତ୍ରୀ ମାନଙ୍କର ଏକ ସ୍ବପ୍ନ ଥିଲା ।ଏଥି ନେଇ ଅତୀତରେ ଅନେକ ଆନ୍ଦୋଳନ,ବନ୍ଦ ଡାକରା ଦିଆଯାଇଥିଲା। ଶେଷରେ କେନ୍ଦ୍ର ସରକାରଙ୍କ ସହଯୋଗ ଓ ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ଉଦ୍ୟମ ସହିତ ଅନୁଗୁଳ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସ୍ବେଛାସେବୀ ମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଧନ୍ୟବାଦ୍ ବାର୍ତ୍ତା ବୁଧବାର ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଇଅଛି ।

ଓଡ଼ିଶା ତଥା ଅନୁଗୁଳ ତାଳଚେର ଅଞ୍ଚଳର ବରପୁତ୍ର ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ମେଡ଼ିକାଲ କଲେଜର ନାମକରଣ କରାଯାଇଅଛି। ତେବେ କଲେଜର ଉତ୍ତରୋତ୍ତର ଉନ୍ନତି କାମନା ସହିତ ଉତ୍ତମ ଚିକିତ୍ସା ଓ ସୁପରିଚାଳନା ନିମନ୍ତେ ସ୍ବେଛାସେବୀ ମାନଙ୍କ ତରଫରୁ ଅନୁରୋଧ କରାଯାଇଅଛି ।ଏହି ଧନ୍ୟବାଦ ବାର୍ତ୍ତା ପ୍ରଦାନ ସମୟରେ ସ୍ବେଛାସେବୀ ପ୍ରତାପ ମହାପାତ୍ର , ଆଦ୍ୟଶ୍ଲୋକ ମିଶ୍ର, ଜୟନ୍ତ କର, ବିଶ୍ବଜିତ୍ ବିଶ୍ବାଳ,ରୁକେସ୍ ରୋଶନ୍ ଦାସ ଓ ପର୍ଶୁରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।