ମୁଖ୍ୟ ଖବର ବଦଳିଲେ ନିର୍ବାହୀ ଅଧିକାରିଣୀ Angul OnlineSeptember 21, 2022September 21, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରିଣୀ ରଶ୍ମି ରେଖା ଅମାନ୍ତଙ୍କର ବଦଳି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ଚିଠି ଅନୁସାରେ ରଶ୍ମି ରେଖା ଅମାନ୍ତଙ୍କୁ ତାଳଚେରରୁ ବଦଳି କରା ଯାଇ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେବାକୁ ନିର୍ଦେଶ ଦିଆ ଯାଇଛି । ତେବେ ବର୍ତ୍ତମାନ ତାଳଚେର ପୌରପାଳିକା ନିର୍ବାହୀ ଅଧିକାରୀ ଭାବେ କାହାକୁ ଦାୟିତ୍ୱ ଦିଆ ଯାଇ ନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ କୋଭିଡ ମହାମାରୀ ସମୟରେ ରଶ୍ମି ରେଖା ତାଳଚେର ପୌରପାଳିକାରେ ଯୋଗ ଦେଇ ବେଶ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ତେବେ ଗତ ପୌରପାଳିକାର ସ୍ୱାୟତ ଶାସନ ଦିବସରେ ବିଜେଡିର କାଉନସିଲର ମାନେ ଅନୁପସ୍ଥିତ ରହିବା ସହ ତାଙ୍କୁ ନିର୍ବାହୀ ଅଧିକାରିଣୀ ଅବହେଳା କରୁଥିବା କଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । Advertisement
ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁର ତନ୍ମୟ ସାହୁଙ୍କର ବୁଧବାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ତାଙ୍କ ମୋଟରସାଇକେଲରେ ଘରୁ ବାହାରି…
ଖଣିରେ ବିଦ୍ଯୁତ ଆଘାତରେ ଶ୍ରମିକ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣିରେ ଆଜି ଏକ ଅଘଟଣ ଘଟି ଯାଇଛି । ଖଣିରେ ବିଦ୍ୟୁତ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ…
୨୦ ଟଙ୍କାର ମଦ ପାଇଁ ହତ୍ୟା ଅଭିଯୋଗ – ୨ ଅଟକ କଣିହାଁ – ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା…