ମୁଖ୍ୟ ଖବର ବଦଳିଲେ ନିର୍ବାହୀ ଅଧିକାରିଣୀ Angul OnlineSeptember 21, 2022September 21, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରିଣୀ ରଶ୍ମି ରେଖା ଅମାନ୍ତଙ୍କର ବଦଳି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ଚିଠି ଅନୁସାରେ ରଶ୍ମି ରେଖା ଅମାନ୍ତଙ୍କୁ ତାଳଚେରରୁ ବଦଳି କରା ଯାଇ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେବାକୁ ନିର୍ଦେଶ ଦିଆ ଯାଇଛି । ତେବେ ବର୍ତ୍ତମାନ ତାଳଚେର ପୌରପାଳିକା ନିର୍ବାହୀ ଅଧିକାରୀ ଭାବେ କାହାକୁ ଦାୟିତ୍ୱ ଦିଆ ଯାଇ ନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ କୋଭିଡ ମହାମାରୀ ସମୟରେ ରଶ୍ମି ରେଖା ତାଳଚେର ପୌରପାଳିକାରେ ଯୋଗ ଦେଇ ବେଶ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ତେବେ ଗତ ପୌରପାଳିକାର ସ୍ୱାୟତ ଶାସନ ଦିବସରେ ବିଜେଡିର କାଉନସିଲର ମାନେ ଅନୁପସ୍ଥିତ ରହିବା ସହ ତାଙ୍କୁ ନିର୍ବାହୀ ଅଧିକାରିଣୀ ଅବହେଳା କରୁଥିବା କଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । Advertisement
ଡିକି ଭାଙ୍ଗି ଲୁଟ – ଲୁଟେରାଙ୍କୁ କାବୁ କରିବାକୁ ଯାଇ ଯୁବକ ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସମୁଖ ବଜାରରୁ ଦିନ ଦିପ୍ରହରେ ମୋଟରସାଇକେଲ ଡିକିରୁ ୩୮ ହଜାର୫୦୦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି…
ଗାନ୍ଧୀଭବନ ପାଇଁ ସତ୍ୟାଗ୍ରହରେ କ୍ରୀଷ୍ଣା ମହାନ୍ତି – ପ୍ରଶାସନ ଦେଲା ସ୍ପଷ୍ଟିକରଣ ଅନୁଗୁଳ – ମହାତ୍ମା ଗାନ୍ଧୀ ୧୯୩୪ ମସିହା ମଇ ୬ ଓ ୭ ତାରିଖରେ ଦୁଇ ଦିନ ପାଇଁ ଅନୁଗୁଳରେ ରହିଥିଲେ । ବିହାରର ରାଜଧାନୀ ପାଟନାରୁ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଳକଣ୍ଟକ ଅପରେସନ ପାଇଁ ଜଣେ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ତାଳଚେର…