ଅପରାଧ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନା Angul OnlineAugust 24, 2024August 24, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଗତ ୧୮/୦୬/୨୦୨୦ ମସିହାରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଜିଲ୍ଲା ସେସନ ଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ । ସୂଚନା ଅନୁସାରେ ଜଣେ ଦିବ୍ୟାଙ୍ଗ ନାବାଳିକା ନିଜ ଘର ବିଲକୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ବବୃବାହାନ ମହାନନ୍ଦିଆ ନାମକ ଜଣେ ଯୁବକ ନାବାଳିକାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରି ପାଲାଇ ଯାଇଥିଲା । ନାବଳିକା ଜଣଙ୍କ ପାଣି କଦୁଅରେ ଭିଜି ଘରକୁ ଆସିବା ପରେ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପରିବାର ଲୋକ ସବୁ ଜାଣିବା ପରେ ତାପର ଦିନ ଏ ନେଇ କିଶୋରନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ପୋକସୋ ଆକ୍ଟରେ ବବୃବାହନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାରେ ୧୬ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଆଜି ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ ତଥା ସ୍ବତନ୍ତ ପୋକସୋ କୋର୍ଟ ଉପରୋକ୍ତ ଶୁଣାଣି କରିଥିଲେ । ସରକାରଙ୍କ ପକ୍ଷରୁ ଆଡ଼ିସିନାଲ ପିପି ପ୍ରଦୀପ କୁମାର ଭୁତିଆ ମାମଲାକୁ ପରିଚାଳନା କରିଥିଲେ । Advertisement
ବ୍ରାଉନସୁଗାର ଜବତ – ସୁନୀଲ ସେଠୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୁଲିସ ହାଣ୍ଡିଧୂଆଁ ନିକଟରୁ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ୨୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ…
ଏ ଟି ଏମ୍ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିମକୁ କଟର ମେସିନରେ କାଟି ଟଙ୍କା ଲୁଟ ହୋଇଥିବା ଦେଖିବାକୁ…
ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା ଅନୁଗୁଳ – ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା । ଏଭଳି ଘଟଣା ଘଟିଛି ଅନୁଗୁଳ ସହର ଶିକ୍ଷକପଡ଼ାରେ । ଘରୋଇ କଳହରୁ ନିଜର ଦ୍ଵିତୀୟ ପତ୍ନୀକୁ ସ୍ଵାମୀ…