ମୁଖ୍ୟ ଖବର ବେଆଇନ ଭାବେ ନିର୍ମାଣ ସପିଙ୍ଗ ମଲକୁ ସିଲ କଲା ପ୍ରଶାସନ Angul OnlineAugust 22, 2022August 22, 2022 ଅନୁଗୁଳ – ଅନୁଗୁଳ ଶଙ୍କର ସିନେମା ରୋଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏକ ସପିଙ୍ଗ ମଲକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରା ଯାଇଛି । ସୂଚନା ଅନୁସାରେ ଶଙ୍କର ସିନେମା ରୋଡରେ ଜିଏସ ସେଣ୍ଟର ନାମରେ ସପିଙ୍ଗ ମଲ ନିର୍ମାଣ ହୋଇଥିବା ବେଳେ ଏହା ସଠିକ ନିୟମ ଅନୁସାରେ ନିର୍ମାଣ ହୋଇ ନଥିବା ଅଭିଯୋଗ ହୋଇଥିଲା । ପ୍ରଶାସନ ପକ୍ଷରୁ ଏହାକୁ ଯେଉଁ ଉଦ୍ୟେଶରେ ଅନୁମତି ଦିଆ ଯାଇଥିଲା ତାହ ନ କରି ମଲ ନିର୍ମାଣ କରା ଯାଇଥିଲା । ଏହା ସହ ନବ ନିର୍ମାଣ କୋଠାର ଉପର ମହଲା ବିନା ଅନୁମତିରେ ମଧ୍ୟ ନିର୍ମାଣ କରା ଯାଇଥିଲା । କୋଠା ମାଲିକ ପୌରପାଳିକାକୁ ହୋଲଡିଙ୍ଗ ଟାକ୍ସ ମଧ୍ୟ ଦେଇ ନଥିବା ଜଣା ପଡିଛି । ଏହା ସହ ଏତେ ବଡ ମଲ ନିର୍ମାଣ କରା ଯାଇଥିଲେ ମଧ୍ୟ ପାର୍କିଂ ବ୍ୟବସ୍ଥା ନଥିଲା । ଏଥିପାଇଁ କୋଠା ଏବଂ ମଲ ମାଲିକଙ୍କୁ ପ୍ରଶାସନ ପକ୍ଷରୁ ପୂର୍ବରୁ ନୋଟିସ ହୋଇ ଥିଲେ ମଧ୍ୟ ସେ ଧରା ଦେଇ ନଥିଲେ । ଏଥିପାଇଁ ଆଜି ଟାମଡା ଓ ପୌରପାଳିକା ପକ୍ଷରୁ ମଲରେ ଚଢାଉ କରାଯାଇ ପ୍ରଥମେ ଡାକବାଜି ଯନ୍ତ୍ର ଯୋଗେ ମଲକୁ ଖାଲି କରା ଯାଇଥିଲା । ପରେ ପୌରପାଳିକା ଏହି ମଲକୁ ସିଲ କରିଥିଲା । Advertisement
ଭୟାବହ ଅଗ୍ନିକାଣ୍ଡ – ଜଳିଗଲା ୪୦ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆମ୍ବପାଳ ଗାଁରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡରେ ୪୦ ବଖରା ଘର ଜଳିପୋଡି ପାଉଁଶ ହୋଇ ଯାଇଛି । ସୂଚନା ଅନୁସାରେ…
କେନାଲରେ ବୁଡି ଦୁଇ ନାବାଳକ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ସୂଚନା ଅନୁସାରେ…
ଥାନା ଘେରିଲେ ଶତାଧିକ ମହିଳା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଓଡିଶା ଜିବୀକା ମିଶନରେ କାମ କରୁଥିବା ଶତାଧିକ ମହିଳା ବିପିଏମ୍ , ଜିବୀକା ସଂଯୋଜକ ଏବଂ ଏମବିକେଙ୍କୁ ଆକ୍ରମଣ…