ମୁଖ୍ୟ ଖବର ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର Angul OnlineDecember 6, 2022December 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାରୁଆଳି ଜଙ୍ଗଲରୁ ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଆଜି ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣଙ୍କ ହେଲେ ସାରୁଆଳି ଗାଁର ପର୍ଶୁରାମ ଭୋଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ ପର୍ଶୁରାମ ରବିବାର ଦିନ ହେଲା ଜଙ୍ଗଲକୁ ଡାଳ ଖୋଜିବା ପାଇଁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ଖୋଜାଖୋଜି କରି ପାଇ ନଥିଲେ । ଆଜି ଅପରାହ୍ନରେ ଜଙ୍ଗଲ ଭିତରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ତେବେ ହାତୀ ଆକ୍ରମଣ ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଓକିଲଙ୍କୁ ମାଡ଼ ମାରିଲେ ମହିଳା – ଯୌତୁକ ସାମଗ୍ରୀ ଫେରାଇ ଆଣିବାକୁ ଯାଇଥିଲେ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବରପଦା ଗ୍ରାମର ରୋଜାଲି ଦେହୁରୀ ୭ ବର୍ଷ ତଳେ କୁକୁରପେଟା ଗ୍ରାମର ଅନିଲ କୁମାର ସାହୁଙ୍କୁ ବିବାହ କରିଥିଲେ…
ଆକ୍ସନ ମୁଡରେ ପ୍ରଶାସନ – ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନରୁ ଜୋରିମାନା ଆଦାୟ ଅନୁଗୁଳ – ଆକ୍ସନ ମୁଡରେ ଅନୁଗୁଳ ଉପଖଣ୍ଡ ଜିଲ୍ଲା ପ୍ରଶାସନ । ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କ ନେତୃତ୍ୱରେ ଗଠନ ହୋଇଥିବା ଜିଲ୍ଲା ମଲଟି ଡିସିପ୍ଲିନାରୀ ଟିମ ଲଗାତାର…
ପରିବାରର ସଦସ୍ୟ ଭଳି ରୀତିନୀତିରେ କୁକୁରର ଅନ୍ତିମ ସଂସ୍କାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ…