ମୁଖ୍ୟ ଖବର ପରିବାରର ସଦସ୍ୟ ଭଳି ରୀତିନୀତିରେ କୁକୁରର ଅନ୍ତିମ ସଂସ୍କାର Angul OnlineNovember 15, 2024November 15, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଏକ ବୁଲା କୁକୁରର ମୃତ୍ୟୁ ପରେ ୬ ଖଣ୍ଡ କାଠରେ କୋକେଇ ବନ୍ଧା ଯାଇଥିଲା । କଦଳୀ ଗଛ ଆଉ ଫୁଲରେ ସଜେଇ କୋକେଇରେ କୁକୁରକୁ ଶୁଆଇ ଗାଁ ମୁଣ୍ଡ ସ୍ମଶାନକୁ ନେଇ ଗାଁ ଲୋକେ ତା’ର ଅନ୍ତିମ ସଂସ୍କାର କରିଥିଲେ। ସୂଚନା ଅନୁସାରେ ଗାଁରେ ଏକ ବୁଲା କୁକୁର ଥିଲା । ଯାହାକୁ ସମସ୍ତେ ଚାଲନ୍ଦୁ ବୋଲି ଡାକୁଥିଲେ । ଚନ୍ଦୁ ଗାଁର ପ୍ରାୟ ସମସ୍ତଙ୍କ ପ୍ରିୟ ଥିଲା । ଡାକିଦେଲେ ଦଉଡି ଆସୁଥିଲା ପାଖକୁ । ଆଉ ଗାଁର ଯାହା ସହ ହେଉନା ତାହା ସହ ଘଷି ହୋଇ ଗେଲ ହେଉଥିଲା । ହେଲେ କୌଣସି କାରଣ ବଶତଃ ଆଜି କୁକୁରଟିର ମୃତ୍ୟୁ ହୋଇଥିଲା । ଯେଉଁଥିପାଇଁ ଗାଁ ଲୋକ ଦୁଃଖରେ ଭାଙ୍ଗି ପଡିଥିଲେ । ଆଉ ଶେଷରେ ମଣିଷ ଭଳି ଯଥା କୋକେଇରେ ନେଇ ଖଇ କଉଡ଼ି ବିଂଛି ସ୍ମଶାନକୁ ନେଇ ଯାଇଥିଲେ । ଆଉ ସେଠାରେ ଗାତ ଖୋଳି କୁକୁରର ଅଂତିମସଂସ୍କାର କରିଥିଲେ । Advertisement
ଶିକ୍ଷକ ବଦଳି ଘଟଣା – ସରକାର ମିଛ କହୁଛନ୍ତି ବୋଲି କହିଲେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅନୁଗୁଳ – ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲାରେ ୧୨୦ ଶିକ୍ଷକଙ୍କ ବଦଳି ହୋଇଥିବା କଥା ବେଶ ଚର୍ଚ୍ଚାର ଖବର ପାଲଟିଛି । ଏକାବେଳେ ଏତେ ସଂଖ୍ୟାରେ…
ତାଳଚେର ମେଡିକାଲ୍ କଲେଜ ପବିତ୍ର ମୋହନଙ୍କ ନାମରେ ନାମିତ ହେବ ଭୁବନେଶ୍ୱର – ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ…
କାଳବୈଶାଖୀ ପ୍ରଭାବ – ବ୍ୟାପକ କ୍ଷୟକ୍ଷତି , ମହିଳା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଗଛ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୁଖ୍ୟତଃ ଜିଲ୍ଲାର…