ଅପରାଧ ଦହିବରା ଦୋକାନୀକୁ ବଟି ପାଇଁ ମାଡ ମାରିବା ଘଟଣା – ଜଣେ ଗିରଫ Angul OnlineNovember 15, 2024November 15, 2024 ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅଧୀନ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଦହିବରା ବେପାରୀ ଦାଦାବଟି ନଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଥିଲେ । ସୂଚନା ଅନୁସାରେ, ରାଧାରମଣପଡ଼ାର ପବିତ୍ର ସାହୁଙ୍କ ପୁଅ ତ୍ରିନାଥ ସାହୁ ଆଜକୁ ଚାରିବର୍ଷ ହେଲା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଦହିବରା ବେପାର କରନ୍ତି। ୧୧ ତାରିଖ ଦିନ ବାରଟା ବେଳେ ପ୍ରଗତିନଗର ଅଞ୍ଚଳର ସମୀର ଦାସ ନାମକ ଜଣେ ଯୁବକ ତ୍ରିନାଥଙ୍କୁ ଦାଦା ବଟି ମାଗିଥିଲେ। ତ୍ରିନାଥ ଦାଦାବଟି ଦେବାକୁ ବାରଣ କରିଥିଲେ। ଯାହା ଫଳରେ ପ୍ରଥମେ ତ୍ରିନାଥ ଏବଂ ସମୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମୀର ଉତକ୍ଷିପ୍ତ ହୋଇ ନିକଟରେ ଥିବା ଏକ ଗୁପଚୁପ ଦୋକାନୀଙ୍କ ଠାରୁ ଧାରୁଆ ଛୁରୀ ଆଣି ତ୍ରିନାଥଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ। ଏପରିକି ତ୍ରିନାଥଙ୍କ ଦୋକାନ ସମୀର ଭାଙ୍ଗି ଦେଇଥିଲା । ତ୍ରିନାଥ ଭୟଭୀତ ହୋଇ ପୁଲିସକୁ ଯୋଗାଯୋଗ କରିଥିଲେ । ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏ ପଟେ ଘଟଣା ସ୍ଥଳରୁ ସମୀର ଫେରାର ହୋଇ ଯାଇଥିଲା । ଏ ନେଇ ତ୍ରିନାଥଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରି ଆଜି ସମୀରକୁ ଗିରଫ କରିଛି । ଅନୁଗୁଳ ଥାନା ଅଧିକାରୀ ଧୀରେଶ ଦାସଙ୍କ କହିବା କଥା ସମୀର ଦାଦାବଟି ପାଇଁ ପବିତ୍ରଙ୍କୁ ଧମକାଇବା ସହ ପବିତ୍ର ନିକଟରୁ ୪୦୦୦ ଟଙ୍କା ନେଇ ଯାଇଥିବା ସ୍ଵୀକାର କରିଛି । ତାକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । Advertisement
ଘରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବାଗଡିଆ ମାରୁୱାଡି ଧର୍ମଶାଳାରେ ଭଡାରେ ରହୁଥିବା କିଛି ବଙ୍ଗୀୟ ପରିବାରର ଘରେ କେହି ନଥିବା ବେଳେ ଘରର ତାଲା…
ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ସମବାୟ ବ୍ୟାଙ୍କ ସମ୍ପାଦକ ଗିରଫ ଅନୁଗୁଳ – ସମବାୟ ବ୍ୟାଙ୍କ ସମ୍ପାଦକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଅନୁଗୁଳ ଜିଲ୍ଲା ଗଡସନ୍ତ୍ରୀ ସମବାୟ ବ୍ୟାଙ୍କରେ ସମ୍ପାଦକ ଭାବେ…
କଣ୍ଟେନରରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଲା – ୨ ଗିରଫ ଅନୁଗୁଳ – କଣ୍ଟେନରରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାବୁଡ଼ରେ ଧରା ପଡିଲା ଗଞ୍ଜେଇ ଭର୍ତ୍ତି କଣ୍ଟେନର । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଭଦ୍ରକ…