ଆଞ୍ଚଳିକ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ – ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ Angul OnlineApril 21, 2022April 21, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହି ନିକଟସ୍ଥ ଏକ ମହୁଲ ଗଛରୁ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ହେଲେ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ପ୍ରଥମବର୍ଷ ଛାତ୍ର ବିବେକାନନ୍ଦ ସାହୁ ବୋଲି ଜଣା ପଡିଛି । ତେବେ ଛାତ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ବରପଦା ଗ୍ରାମର ଡିଲେଶ୍ବର ସାହୁଙ୍କ ପୁଅ ବିବେକାନନ୍ଦ ସାହୁ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ହୋଇଥିବା ବେଳେ ମହାବିଦ୍ୟାଳୟ ନିକଟସ୍ଥ ସାପୋଇସାହି ଛକ ଠାରେ ଥିବା ବାପୁଜି ଏକାଡେମି ନାମକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିଲେ । କିନ୍ତୁ ଆଜି(ଗୁରୁବାର) ସକାଳେ ହଷ୍ଟେଲ ପଛପାଖରୁ ୨୦୦ମିଟର ଦୂର ଏକ ମହୁଲ ଗଛରେ ବିବେକାଙ୍କ ମୃତ ଦେହ ଝୁଲୁଥିବା ସ୍ଥାନୀୟ କିଛି ମହୁଲ ଗୋଟାଳି ଦେଖି ହଷ୍ଟେଲର ମାଲିକଙ୍କୁ ଖବର ଦେଇଥିଲେ । ଖବର ପଇ ହଷ୍ଟେଲ ମାଲିକ ପରିବାର ଲୋକଙ୍କୁ ଓ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ପୁଅର ଝୁଲନ୍ତ ମୃତଦେହକୁ ଦେଖିବା ପରେ କେହି ବିବେକାନନ୍ଦଙ୍କୁ ମାରି ଝୁଲାଇ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଛେଣ୍ତିପଦା ପୁଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟର କାରଣ ଅସ୍ପଷ୍ଟ ରହିଛି । Advertisement
କେନାଲରେ ବୁଡି ଶିଶୁ ମୃତ ଅନୁଗୁଳ – ଅନୁଗୋଳ ସହର ଉପକଣ୍ଠ ହେମସୁରପଡା କେନାଲରେ ବୁଡି ଆଜି ଜଣେ ଶିଶୁର ମୃତ୍ଯୁ ହୋଇଛି । ହେମସୁରପଡା କେନାଲ ହୁଡାରେ ଦୁଇ ଶିଶୁ ଖେଳୁଥିବା…
ଟ୍ରକରେ ଲୋଡିଙ୍ଗ ଦେବାକୁ କମ୍ପାନୀ ଅମଙ୍ଗ – ଚାଲୁ ରହିବ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଥିବା ଜିନ୍ଦଲ ଓ ନାଲକୋ କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଆଜି ପ୍ରଶାସନ ମଧ୍ୟସ୍ଥତାରେ କମ୍ପାନୀ ଓ…
ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ଅନୁଗୋଳ – ଅନୁଗୋଳ ବ୍ଲକ ଜଗନ୍ନାଥପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତଥା ଉପକେନ୍ଦ୍ର ତରଫରୁ ସ୍ଥାନୀୟ ନିଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ…