ମୁଖ୍ୟ ଖବର ନିଆଁରେ ପୋଡି ହୋଇ ଦମ୍ପତିଙ୍କ ମୃତ୍ୟୁ Angul OnlineNovember 12, 2021November 12, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବାରସିଂହା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବଡମ୍ବା ନୂଆଁପାଟଣା ଗାଁର ବିବି ସାହୁ , ତାଙ୍କ ସ୍ତ୍ରୀ ଓ ୨ ଶିଶୁ କନ୍ୟା ଗତ କିଛି ବର୍ଷ ବାରସିଂହା ଗାଁରେ ସୁନା ଗହଣା କାମ କରିବା ସହ ଘର କରି ରହୁଥିଲେ । ତେବେ ଗତ ୪ ତାରିଖ ରାତିରେ ଦୀପାବଳି ସାରି ସକାଳୁ ବିଳମ୍ବରେ ଉଠି ନିତ୍ୟକର୍ମ ଆରମ୍ଭ କରିବା ବେଳେ କଣ ଅଘଟଣ ଘଟିଲା କେଜାଣି ସକାଳ ପ୍ରାୟ ୮ ଟା ସମୟରେ ବିବି ସାହୁ ଓ ତାଙ୍କ ପତ୍ନୀଙ୍କ ଦେହରେ ନିଆଁ ଲାଗି ଯିବାରୁ ଗୁରୁତର ହୋଇ ଯାଇଥିଲେ । ସାଇପଡିଶା ଉଭଯଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ପରେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ତେବେ ଆଜି ଉଭୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କ ମର ଶରୀରକୁ ବଡମ୍ବା ନୂଆପାଟଣା ସ୍ଥିତ ତାଙ୍କ ପୈତୃକ ଗ୍ରାମକୁ ନିଆଯାଇ ଶେଷକୃତ୍ୟ କରା ଯାଇଛି । Advertisement
ସାତକୋଶିଆ କୋର ଏରିଆରେ ରାତ୍ରି ଭ୍ରମଣ କରି ବନ୍ୟଜନ୍ତୁଙ୍କ ଭିଡିଓ ଉତ୍ତୋଳନ – ଅନୁମତି ଦେଉଛି କିଏ ? ଅନୁଗୁଳ – ବନ୍ଯଜୀବ ସଂରକ୍ଷଣ ଆଇନ ଓ NTCA ଗାଇଡଲାଇନ୍ ଅନୁଯାୟୀ ବ୍ଯାଘ୍ର ସଂରକ୍ଷଣ ଅଂଚଳ (Tiger Reserve) ରେ ରାତ୍ରୀ ଭ୍ରମଣ ବା night safari…
ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା – ଲକ୍ଷାଧିକ ଭକ୍ତଙ୍କ ସମାଗମ ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରା ପାଳନ କରା ଯାଇ…
ଛଅ ବର୍ଷରେ ଜାତୀୟ ରାଜପଥ ୫୫ରେ ଗଡ଼ିଲାଣି ୯୫୮ ମୁଣ୍ଡ – କେବେ ଚେତିବ ବିଭାଗ ଅନୁଗୋଳ -ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଏବେ ମରଣପଥ ପାଲଟିଛି । ଦୈନଦିନ ଏହି ରାଜପଥରେ ଦୁର୍ଘଟଣା ଯୋଗୁଁ ଜୀବନ ହାନୀ ହେଉଛି ।…