ମୁଖ୍ୟ ଖବର ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କଲେ କୋର୍ଟ Angul OnlineDecember 25, 2022December 25, 2022 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତରେ ସରପଞ୍ଚ ହୃଷିକେଶ ସାମଲଙ୍କୁ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ନୂତନ ସରପଞ୍ଚ ଭାବେ , ନାଏବ ସରପଞ୍ଚ ଥିବା ମଞ୍ଜୁଲତା ରାଉତ ସରପଞ୍ଚ ଭାବେ ଦାୟିତ୍ବ ନେଇଛନ୍ତି । ରାଉତ ବିଧ୍ବବଦ୍ଧ ଭାବେ ପଞ୍ଚାୟତ ନିବାହୀ ଅଧିକାରୀ ଗୋବିନ୍ଦ ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଜଳଧର ସାମଲ ପରାଜିତ ହୋଇ ତାଳଚେର କୋର୍ଟରେ ୮ / ୦୨୨ ରେ ମାମଲା ରୂଜୁ କରିଥିଲେ । କୋର୍ଟ ସମସ୍ତ ତଥ୍ୟକୁ ଅନୁସନ୍ଧାନ କରି ହୃଷିକେଶ ସାମଲଙ୍କୁ ଅସିଦ୍ଧ ଘୋଷଣା କରି ତାଳଚେର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ଉପନିର୍ବାଚନ ପର୍ଯ୍ୟନ୍ତ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ରାଉତ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଉପଜିଲ୍ଲାପାଳ ଦାୟିତ୍ଵରେ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୧୭ / ୧୨ / ୦୨୨ରେ ଉପଜିଲ୍ଲାପାଳ ଏନେଇ ରାଜ୍ୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଉପନିର୍ବାଚନ କେବେ ହେବ ସେ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ପରବର୍ତ୍ତୀ ସମୟରେ ଘୋଷଣା କରିବେ । Advertisement
ମାଉଜର ଦେଖାଇ ବଟି ଆଦାୟ – ନାବାଳକ ସହ ୩ ଜଣକୁ କାବୁ କଲା ପୁଲିସ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ଟିପିସି ପାଉଁଶ ପୋଖରୀରେ ନିୟୋଜିତ ଏକ ଠିକାସଂସ୍ଥାର ସୁପରଭାଇଜର୍ଙ୍କୁ ମାଉଜର୍ ଓ ଭୁଜାଲି ଦେଖାଇ ୧୦ ହଜାର ଟଙ୍କା ବଟି…
ଜାତୀୟ ରାଜପଥର ଦୁରାବସ୍ଥା ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିବା ସହ ବସରେ କଳା ପତାକା ଅନୁଗୁଳ – ଅନୁଗୁଳରୁ କଟକ ୫୫ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥାରେ ଥିବାରୁ ଏହି ରାଜପଥର ମରାମତି ଦାବି କରିଛି ରାଜ୍ୟ ଘରୋଇ…
ଅଜଗର ସାପକୁ ଗିଳିଲା ଅହିରାଜ(ଭିଡିଓ) ଅନୁଗୁଳ – ଫୁଟ ଲମ୍ବର ଅଜଗର ସାପକୁ ଗିଳିଲା ୧୧ ଫୁଟର ଅହିରାଜ ସାପ । ଏଭଳି ଘଟଣା ଆଜି ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ…